Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ ବିଜୁ ଜନତା ଦଳରେ ସାମିଲ ହେଲେ

ଭବାନୀପାଟଣା, ୨୮/୦୯ : କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି ତଥା କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ପୂର୍ବ ମଣ୍ଡଳ ଭବାନୀପାଟଣାର ଉପକୁଳପତି ଭୈରବ ପ୍ରସାଦ ନାୟକ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନ ଠାରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ସହିତ କଳାହାଣ୍ଡି ଜିଲ୍ଲା ଦାଦପୁର ଉପମଣ୍ଡଳର ମଣ୍ଡଳ ସଦସ୍ୟ ସହଦେବ ଧଙ୍ଗଡାମାଝୀ ବିଜେଡିରେ ଯୋଗ ଦେଇଥିଲେ। ଦୁହେଁ ପୂର୍ବରୁ ବିଜେପି ଦଳରେ ଥିବାବେଳେ ରାଜ୍ୟର ନବୀନ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଉଭୟଙ୍କୁ ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ଦାସ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ । କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ କୁମାର ଘଡେଇଙ୍କ ନେତୃତ୍ୱରେ ଶ୍ରୀ ନାୟକ ଓ ଶ୍ରୀ ଧଙ୍ଗଡାମାଝୀ ଆଜି ଶଙ୍ଖ ଭବନ ଯିବା ସହିତ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ।