Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିର ସମୂହ ସମନ୍ୱୟ ସମିତି ର ବୈଠକ ଅନୁଷ୍ଠିତ

କଳାହାଣ୍ଡି, ୨୯/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡ଼ା
ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ଭୋଗ ମଣ୍ଡପରେ ମନ୍ଦିର ସମୂହ ସମନ୍ୱୟ ସମିତି ର ଆୟୋଜକ ଇନ୍ଦ୍ରଜିତ ମହାଖୁଡ ଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ବୈଠକ ରେ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟି କୈଳାଶ ଚନ୍ଦ୍ର ପ୍ରଧାନ, ସତସଂଘ ମଣ୍ଡଳୀ ମୁଖ୍ୟ ଇଂ ନିରଞ୍ଜନ ପ୍ରଧାନ, ପୂର୍ବତନ ନଗରପାଳ ନିରଞ୍ଜନ ପ୍ରଧାନ, ପୂର୍ବତନ ଶିକ୍ଷକ ତ୍ରିଭୁବନ ପ୍ରଧାନ, କାଉନ ସିଲର ରଂଯୁକ୍ତା ପ୍ରଧାନ, ମାନସୀ ଜେନା ପ୍ରମୁଖ ଅତିଥିବାବେ ଯୋଗ ଦେଇଥିଲେ । ସମାଜସେବୀ ଭାବଗ୍ରାହୀ ନାୟକ, ବରିଷ୍ଠ ସମ୍ବାଦିକ ସନ୍ତୋଷ ପ୍ରଧାନ, ଜଗନ୍ନାଥ ନାଏକ, ରାଧେଶ୍ୟାମ ବେହରା, ସିଦ୍ଧାର୍ଥ ନାୟକ, ପ୍ରଶାନ୍ତ ପ୍ରଧାନ, ପରୀକ୍ଷିତ ବିଶ୍ୱାଳ, ଆଲୋକ ସାହୁ ମନ୍ଦିର ମାଳିନୀ ପୁରୁଣା ପଡା ର ଏକତା ବଜାୟୀ ରଖିବା ସହ ବିଭିନ୍ନ ପର୍ବ ପର୍ବାଣୀ ଶାନ୍ତି ଶୃଙ୍ଖଳାର ସହ ହୋଇ ପାରିବ ସେ ସମ୍ପର୍କରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ l ୧୪ ଓ ୧୫ ନମ୍ବର ୱାର୍ଡକୁ ନେଇ ଗଠିତ ପୁରୁଣାପଡାରେ ୧୮ ଗୋଟି ମନ୍ଦିର ଅଛି l ଏଣୁ ଏହି ଅଞ୍ଚଳ କୁ ଜିଲ୍ଲା ର ଅନ୍ୟ ଏକ ମନ୍ଦିର ମାଳିନୀ ପଡା ଭାବରେ ଅଭିହିତ କରାଯାଏ l ଶେଷରେ କମ୍ବୁପାଣି ପରିଛା ଧନ୍ୟବାଦ ଅର୍ପଣ କରିବା ପରେ ସମନ୍ବୟ ସମିତିର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ