Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଦିପଡା ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ

ସମ୍ବଲପୁର:ସ୍ଥାନୀୟ ମୁଦିପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ରାଧାଷ୍ଟମୀଠାରୁ ଆରମ୍ଭ ହୋଇ ଏହା ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିଥିଲା । ଜଗନ୍ନାଥ ମନ୍ଦିରର ପୂଜକ ବ୍ୟୋମକେଶ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସପ୍ତାହବ୍ୟାପୀ ଉତ୍ସବରେ ଛତିଶଗଡ ର ରାୟଗଡ ଜିଲ୍ଲାର ବ୍ରଜେଶ୍ବରୀ ଷଡଙ୍ଗୀ କର୍ତ୍ତା ଭାବରେ ଦାୟିତ୍ବ ସମ୍ପାଦନ କରିଥିବା ବେଳେ ଅର୍ଡା ଗ୍ରାମର କମଳାକାନ୍ତ ପାଣିଗ୍ରାହୀ ଓ ଭତରା ର ସଞ୍ଜୀବ ପୁରୋହିତ ଭାଗବତ ପାଠ କରିଥିଲେ । ପଣ୍ଡିତ ଅଜିତ ମିଶ୍ର ବିଭିନ୍ନ ଦିବସରେ ପୂଜାକାର୍ଯ୍ୟ ତୁଲାଇଥିଲେ । ମୁଦିପଡା ତଥା ଆଖପାଖ ଅଞ୍ଚଳର ବହୁ ଭକ୍ତ ଏଥିରେ ଯୋଗଦେଇ ଭାଗବତ ରସାମୃତ ପାନ କରିଥିଲେ ।