Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଗାଁ ସ୍ଥିତ ଜୟ ମାତା ଦି ଫିଲିଂ ଷ୍ଟେସନ (ଭାରତ ପେଟ୍ରୋଲ ପମ୍ପ) ରେ ଗ୍ରାହକ ଶୋଷଣ ଅଭିଯୋଗ । ପଚାଶ/ଶହେ ଟଙ୍କାର ପେଟ୍ରୋଲ କିଣିଲେ ଗ୍ରାହକ ସହିବ କ୍ଷତି

କଳାହାଣ୍ଡି,* ୩୦/୦୯ କଳାହାଣ୍ଡି ଜିଲ୍ଲା ର ଆଭ୍ୟନ୍ତରୀଣ ଅଞ୍ଚଳ ଭାବେ ଗୋଳାମୁଣ୍ଡା ବ୍ଲକ ର କେଗାଁ ଅଞ୍ଚଳ ଜଣାଶୁଣା । ପ୍ରଶାସନର ବହୁ ଦୂରରେ ଥିବା ଏହି ଅଞ୍ଚଳରେ କଳା ବଜାରୀ ମାନେ ସେମାନଙ୍କ କାୟା ବିସ୍ତାର କରି ଗରିବ ନିରୀହ ଜନ ସାଧାରଣଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ସବୁ ହେଉଛି । ସେଠାରେ ଥିବା ଜୟ ମାତା ଦି ଫିଲିଂ ଷ୍ଟେସନ ରେ ବ୍ୟାପକ ହେରାଫେରି ହେଉଥିବା ଅଭିଯୋଗ ହେଉଛି ପେଟ୍ରୋଲ ଦେବା ସମୟରେ କ୍ରମାନ୍ୱୟ ମିଟର ରିଡିଂ ଯଥା ୧-୨-୩-୪-୫ ହେଉନ ଥିବା ଅଭିଯୋଗ ହେଉଛି । ଏପରିକି ପେଟ୍ରୋଲ ପମ୍ପରେ କଳା ପାଇପ ଯୋଗେ ପେଟ୍ରୋଲ ଯୋଗାଣ ହେଉଥିବା ହେତୁ ପେଟ୍ରୋଲ ର ମାପ ରେ ଜାଲିଆତି ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏ ସମ୍ପର୍କରେ ଜିଲ୍ଲା ମାପ ଓଜନ ଉପ ନିର୍ଦ୍ଦେଶକ ବିକାଶ ନାରାୟଣ ଦାଶଙ୍କୁ ପଚାରିବାରୁ ସେହି ପେଟ୍ରୋଲ ପମ୍ପ ମେସିନରେ ଏଡଜଷ୍ଟ ସେଭଲି ହୋଇଥିବା ପ୍ରକାଶ କରିଥିଲେ । ଏପରିକି ଯେଉଁ ଗ୍ରାହକ ପଚାଶ/ଶହେ ଟଙ୍କାର ପେଟ୍ରୋଲ କିଣିବ ସେ ନିଶ୍ଚିତ ଭାବେ ତିରିଶ/ଚାଳିଶ ମିଳି ଲିଟର ପେଟ୍ରୋଲ କମ ପାଇବ ଓ କ୍ଷତି ସହିବ ହିଁ ସହିବ ବୋଲି ପ୍ରକାଶ କରିଥିଲେ । କେଗାଁ ଅଞ୍ଚଳ ଭଳି ଗ୍ରାମାଞ୍ଚଳରେ ଗରିବ ଜନ ସାଧାରଣ କେବଳ ପଚାଶ/ଶହେ ଟଙ୍କାର ପେଟ୍ରୋଲ କିଣୁ ଥିବା ବେଳେ ପେଟ୍ରୋଲ ପମ୍ପରେ ଗରିବ ଗ୍ରାହକଙ୍କୁ ଏଭଳି ଭାବେ ଲୁଟ କରୁଥିବା କେତେ ଦୂର ନ୍ୟାୟ ସଙ୍ଗତ ତାହା ବିଚାର ସାପେକ୍ଷ ବୋଲି କହିବାରେ ଜିଲ୍ଲା ମାପ ଓଜନ ଉପ ନିର୍ଦ୍ଦେଶକ ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି । ହେଲେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗ୍ରାହକ କେବଳ ପଚାଶ/ଶହେ ଟଙ୍କାର ପେଟ୍ରୋଲ କିଣୁ ଥିବା ବେଳେ ପମ୍ପ ମାଲିକ ଗରିବ ଲୋକଙ୍କୁ ଲୁଟି ମାଲେ ମାଳ ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଯେଉଁ ଗ୍ରାହକ ପେଟ୍ରୋଲ ପମ୍ପରେ କଳା ପାଇପ ବଦଳରେ ସ୍ଵଛ ଦିଶୁଥିବା ପାଇପ ଲଗାଇବାକୁ, ମିଟର ରିଡିଂରେ ସ୍ପଷ୍ଟତା, ମାପରେ ସଠିକ ଦେବାକୁ ସ୍ବର ଉଠାଇଲେ ସେହି ଗ୍ରାହକଙ୍କୁ ମାଲିକ ନାଲି ଆଖିଦେଖାଇ ବିଭିନ୍ନ ଉପାୟରେ ହଇରାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧି ଜୀବି ମହଲରେ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ