Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଡିଜ୍‌ନୀ

ନୂଆଦିଲ୍ଲୀ: ମନୋରଞ୍ଜନ ଦୁନିଆର ପ୍ରମୁଖ କମ୍ପାନୀ ହେଉଛି ଡିଜ୍‌ନୀ। ତେବେ ରିପୋର୍ଟ ଅନୁଯାୟୀ ଆସନ୍ତା ମାସ ଡିଜ୍‌ନୀ କମ୍ପାନୀରେ କାର୍ଯ୍ୟରତ ପ୍ରାୟ ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବ। ସଂଗଠନକୁ ପୁନଃନିର୍ମାଣ ଏବଂ ବଜେଟ୍ ହ୍ରାସ କରିବାକୁ ପ୍ରୟାସ କରୁଥିବା ବେଳେ କମ୍ପାନୀ ପ୍ରାୟ ୪୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ପ୍ରକାଶ। ଏପ୍ରିଲରେ ଉପଯୁକ୍ତ ପ୍ରାର୍ଥୀ ଚିହ୍ନଟ କରି ଛଟେଇ କରିବାକୁ କମ୍ପାନୀ ଏହାର ପରିଚାଳକମାନଙ୍କୁ କହିଛି। ତେବେ ଗ୍ରୁପ୍‌ କରି କିଛି କିଛି କର୍ମଚାରୀଙ୍କୁ ଛଟେଇ କରାଯିବ କି ଏକାଥରକେ ୪୦୦୦ କର୍ମଚାରୀଙ୍କୁ ଛଟେଇ କରାଯିବ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ବୋଲି ବିଜନେସ୍ ଇନସାଇଡର୍ ରିପୋର୍ଟରେ କୁହାଯାଇଛି। ଏପ୍ରିଲରେ ଡିଜ୍‌ନୀର ବାର୍ଷିକ ବୈଠକ ଛଟେଇ କରାଯିବା ନେଇ ଘୋଷଣା କରାଯାଇଥିଲା।

ଏହାପୂର୍ବରୁ, ସିଇଓ ବବ୍ ଆଇଗର୍ ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲେ। କମ୍ପାନୀ ବିଭିନ୍ନ ବିକଳ୍ପଗୁଡ଼ିକ ଉପରେ ବିଚାର କରିବ। କମ୍ପାନୀ ପୁନଃନିର୍ମାଣ, କଣ୍ଟେଟ୍‌ ହ୍ରାସ, ବେତନ କାଟ୍‌ ଉପରେ ଏବେ କାମ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ବାରା କୋଟି କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ।

କମ୍ପାନୀର ସିଇଓ କହିଛନ୍ତି ଯେ ପୁନର୍ଗଠନ ଅଧୀନରେ ତିନୋଟି ମୂଳ ବ୍ୟବସାୟ ବିଭାଗ ରହିବ: ଡିଜ୍‌ନୀ ଏଣ୍ଟରଟେନମେଣ୍ଟ, ଇଏସପିଏନ୍ ଏବଂ ଡିଜ୍‌ନୀ ପାର୍କ, ଏକ୍ସପିରିଏନ୍ସ ଏବଂ ପ୍ରଡକ୍ଟସ।

“ଏହି ପୁନର୍ଗଠନ ଆମ କାର୍ଯ୍ୟରେ ଅଧିକ ବ୍ୟୟବହୁଳ, ସମନ୍ୱିତ ଏବଂ ଶୃଙ୍ଖଳିତ ଆଭିମୁଖ୍ୟ ସୃଷ୍ଟି କରିବ ଏବଂ ଆମେ ଆମର ବ୍ୟବସାୟକୁ ଅଧିକ ଦକ୍ଷତାର ସହିତ ଚଳାଇବାକୁ ସକ୍ଷମ ହୋଇପାରିବୁ। ଆମେ କମ୍ପାନୀରେ ୫.୫ ବିଲିୟନ ଡ଼ଲାରର ସଞ୍ଚୟକୁ ଟାର୍ଗେଟ କରୁଛୁ ବୋଲି ସିଇଓ କହିଛନ୍ତି।