ଭବାନୀପାଟଣା, ୩୦/୦୯ (ଜଗନ୍ନାଥ ନାଏକ) : -କଳାହାଣ୍ଡି ଜିଲ୍ଲା ଧର୍ମଗଡ ଡାକବିଭାଗ ପକ୍ଷରୁ ଆଜି ମୋଦେଶ ମୋ ମୋମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ଠାରେ ଅମର ଜବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ନିର୍ମାଣ ହେବାକୁ ଥିବା ଅମୄତ ବାଟିକା ପାଇଁ ଦେଶର କୋଣ ଅନୁକୋଣରୁ ପବିତ୍ର ମାଟି ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଡାକଶବିଭାଗ ର ସମସ୍ତ କର୍ମଚାରୀ ଧର୍ମଗଡ ର ସମସ୍ତ ମନ୍ଦିର ଏବଂ ଘରଘର ବୁଲି ପବିତ୍ର ମାଟି ସଂଗ୍ରହ କରିଥିଲେ । ଡାକଶନିରିକ୍ଷକ ଅନନ୍ତ ଚରଣ ସାହୁ ଙ୍କ ସମେତ ଉପଡାକପାଳ ଭବାନୀ ଶଙ୍କର ପାତ୍ର, ଓଭରସିଅର ଗୌରଚନ୍ଦ୍ର ମାଝୀ, ବି ପିଏମ୍ ଦୀପା ପଣ୍ଡା, ସୁନୀଲ ନାଏକ, କୈଳାସ ମାଝୀ ,ଶ୍ରାବଣୀ ମହାପାତ୍ର, ଦେବବ୍ରତ ଶବର ଓ ସମସ୍ତ ଗ୍ରାମୀଣ ଡାକ ସେବକ ଯୋଗ ଦେଇଥିଲେ ।
ଭାରତୀୟ ଡାକ ବିଭାଗ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
