Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳରେ ସାମିଲ ହେଲେ କଳିଙ୍ଗ ପାଇକ ସେନା ସଭାପତି ସହ ଅନେକ କର୍ମୀ

ଭବାନୀପାଟଣା, ୩୦/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟଳୟ ଠାରେ ରୀତିନୀତି ସହିତ ଆନୁଷ୍ଠାନିକ ଭାବେରେ ବିଜୁ ଜନତା ଦଳ ରେ ସାମୀଲ ହେଲେ କଳିଙ୍ଗ ପାଇକ ସେନା ରାଜ୍ୟ ସଭାପତି ଭୈରବ ପ୍ରସାଦ ନାୟକ, ଏବଂ କଳାହାଣ୍ଡି ଜିଲ୍ଲା ସଭାପତି ଗଗନ କେଶ୍ୱରୀ ନାଏକ,ଜିଲ୍ଲା ସମ୍ପାଦକ ଭବନାନନ୍ଦ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ତଥାଗତ ସିଂହ ରାଜପୁତଙ୍କ ସହିତ ସମାଜ ସେବୀ ଦୀପକ ଗଡତିଆ, ଦ ିବାକର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ କାର୍ଯ୍ୟକ୍ରମ ରେ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ପୌରପାଳିକା ଉପାଧକ୍ଷ ବିଷ୍ଣୁ ପ୍ରଧାନ, ସଂଖ୍ୟା ଲଘୁ ସେଲ ର ସଭାପତି ଅବ୍ଦୁଲ କାଦିର ,ଟାଉନ ସଭାପତି ଧୁବଲେଶ୍ୱର ମହାପାତ୍ର, ଉପସଭାପତି ଅସେଶ୍ୱର ବାଗ, ଉପସଭାପତି ସାମନ୍ତ ଖମାରି, ଟାଉନ ଉପସଭାପତି ସେନାପତି ନାଏକ, ଯୁବ ଟାଉନ ସଭାପତି ପୀତବାସ ବେହେରା,ଏବଂ ପୌରପାଳିକା ର ସମସ୍ତ କାଉନସିଲର ଉପସ୍ଥିତ ରହି ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ