ଜାରି ହେଲା ସାଇବର ହେଲ୍ପ ଲାଇନ ନଂ ୧୯୩୦ ଗାଁରୁ ସହର ବୁଲିବ ସଚେତନତା ରଥ

ଭବାନୀପାଟଣା, ୦୧/୧୦ (ଜଗନ୍ନାଥ ନାଏକ) : ଡିଜିଟାଲ ଯୁଗରେ ଲୋକେ ଅତ୍ୟାଧୁନିକ ହେବ ବେଳକୁ ସାଇବର ଠକେଇ ମଧ୍ୟ ବ୍ୟାପକ ଭାବେ ବୃଦ୍ଧି ପାଇଁ ଚାଲିଛି । ଲୋକେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ହେଉଥିବା ବେଳେ ସାଇବର ଠକେଇ ର ଶିକାର ହୋଇ ଆର୍ଥିକ,ଶାରୀରିକ ଓ ମାନସିକତାରେ କଷ୍ଟ ପାଉଛନ୍ତି । ଏହି ଅପରାଧ କୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ଏ ଦିଗରେ ସଚେତନତା କରିବା ଉଦେଶ୍ୟରେ ଗତ କାଲି ଠାରୁ ରାଜ୍ୟ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ୨୦୨୩ ଆରମ୍ଭ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିଛନ୍ତି । ଏହା ପରେ ଅକ୍ଟୋବର ୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ରଥ ରାଜ୍ୟର ସମସ୍ତ ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲା ର ୨୦ ଗୋଟି ଥାନା ଅଞ୍ଚଳ ରେ ବୁଲି ଲୋକଙ୍କୁ ସାଇବର ଠକେଇ ରୋକିବା ଉପରେ ସଚେତନ କରାଇବ । ସେହିଭଳି ଅନ ଲାଇନ ଓ ଅଫ ଲାଇନ ମାଧ୍ୟମ ରେ କଳାହାଣ୍ଡି ପୋଲିସ ଏହାର ଜନସଚେତନତା କରିବ । ଏଥିରେ ମିଶନ ଶକ୍ତି, ଅଙ୍ଗନବାଡି, ଆଶା କର୍ମୀ, ଆଇ ଟି ଏକ୍ସପାର୍ଟ ଓ ବିଭିନ୍ନ ବ୍ୟାଙ୍କ ଆଦି ସାହଗୋଗ କରିବେ ବୋଲି ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପି ଅନ୍ୱେଷା ରେଡୀ ସୂଚନା ଦେଇଥିଲେ । ଗତ ୯ ମାସ ମଧ୍ୟରେ ଜିଲାରେ ୨୩ ଟି ସାଇବର ଅପରାଧ ର ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୬ ଟି ର ସମାଧାନ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିବା ଏସ ପି ଅଭିଳାଶ ଜୀ ସୂଚନା ଦେଇଥିଲେ । ବିଦ୍ୟଲୟ ଓ କଲେଜ ସ୍ତରରେ କିଭଳି ସଚେତନତା ପାଇଁ ବ୍ୟବସ୍ତା କରାଯାଇଛି ବୋଲି ବରିଷ୍ଟ ସାମ୍ବାଦିକ ସନ୍ତୋଷ ପ୍ରଧାନ ଙ୍କ ପ୍ରଶ୍ନ ରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଲେ ଏଠି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମାତାବ୍ୟକ୍ତ କରିଥିଲେ । ଏହି ସମିଳନୀ ରେ ଗ୍ରାମାଞ୍ଚଳ ଡି ଏସ ପି ଅଳକା ନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ସ୍ପେସାଲ ବ୍ରାଞ୍ଚ ର ପ୍ରଣବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଡି ଆଇ ବି ଡି ଏସ ପି ଆର କେ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।