Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ସଂଗଠନକୁ ଆହୁରି ମଜଭୁତ କରିବା ପାଇଁ ଯୁବନେତା ମଣ୍ଟୁ ନାଏକଙ୍କ ଆହ୍ବାନ

ଭବାନୀପାଟଣା, ୦୧/୧୦ (ଜଗନ୍ନାଥ ନାଏକ) : ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଲକ ବୋରଭଟ୍ଟା ପଞ୍ଚାୟତର କର୍ଲାସୋଡା ଗାଁ ଠାରେ ସ୍ଥାନୀୟ ଅଧିବାସୀ ଏବଂ ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ବିଜେଡ଼ି ସଂଗଠନ ତୃଣମୂଳ ସ୍ତରରେ ଅଧିକ ମଜଭୂତ ଓ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସକଂଳ୍ପ ନେଇଥିଲେ। ଏହା ସହିତ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ। ଗାଁ ସମସ୍ୟାର ସମାଧାନ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜେ ପଞ୍ଚାୟତ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବୋରଭଟ୍ଟା ସରପଞ୍ଚ ବିବେକ ନାଗ, ବୋରଭଟ୍ଟା ପଞ୍ଚାୟତ ସଭାପତି ବିକ୍ରମ ଗହୀର, ସମିତି ସଭ୍ୟ ଟୋନି ନାଗ, ଓ୍ବାର୍ଡ ମେମ୍ବର ତନୁ ମାଝୀ, ଛାୟା ଗହୀର, ଦ୍ରୋଣ ବାଗ, ଯୁବନେତା ଧବଳେଶ୍ଵର ନାଏକ, ଅଗସ୍ତି ମାଝୀ, ପରମାନନ୍ଦ ହିଆଲ, ମଧୁ ହିଆଲ, ଉଜ୍ବଳ ଜାନୀ, ହେତରାଜ ଜୁଆଡ, ମୁକେଶ ଛତ୍ରିଆ, ସୁନିଲ ସୁନା, ରୋସନ ତାଣ୍ଡି, ପ୍ରେମ ତାଣ୍ଡି, ଅଭିଷେକ ନାଏକ, ସୁମିତ ଗହୀର, ଦଳପତି ମହାନନ୍ଦ, ଦିନେଶ ବାଗ ତଥା ଶହ ଶହ ଯୁବ -ଛାତ୍ର , ମହିଳା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ