Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜନଶିକ୍ଷଣ ସଂସ୍ଥାନ ଦ୍ୱାରା ଖମ୍ବେଶ୍ବରୀ ପୀଠରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୧/୧୦ (ଜଗନ୍ନାଥ ନାଏକ) : ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିର୍ଦେଶକ ଶ୍ରୀ ସୁବ୍ରତ କୁମାର ତତ୍ରିପାଠୀ ଙ୍କ ତତ୍ୱାବଧାନ ରେ ଭବାନୀପାଟଣା ବ୍ଲକ ଗୋବରା ଗାଁ ଶଗଡା ସ୍ଥିତ ମା ଖମ୍ବେଶ୍ବରୀ ମନ୍ଦିର ଓ ସୋମବାର ବଜାର ପ୍ରାଣଙ୍ଗ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ହରିଶଙ୍କର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ସ୍ୱାଇଁ ଯୋଗଦାନ ଦେଇଥିଲେ l ଏହି ଅବସର ରେ ପରିବେଷ କୁ କିପରି ସଫା ସୂତ୍ରା ରଖାଯିବ ଓ ଆମେ ଯୁବଗୋଷ୍ଟି ଙ୍କ ଭୂମିକା ଉପରେ ଉପସ୍ଥିତ ସମସ୍ତ ଯୁବକ ଯୁବତୀ ଙ୍କୁ ମାର୍ଗଦର୍ଶନ କରିଥିଲେ l ସେହିପରି ଜନ ଶିକ୍ଷଣ ସଂସ୍ଥାନ ର ପ୍ରୋଗ୍ରାମ ଅଫିସର ବୁଲୁ ପୁଳେଇ ଯୋଗଦେଇ ଜନ ଶିକ୍ଷଣ ଦ୍ୱାରା ଦିଆ ଯାଉଥିବା ବିଭିନ୍ନ କୌଶଳ ଶିକ୍ଷା ଉପରେ ବୁଝେଇବା ସହ ପରିବେଷ କୁ ସଫରଖିବା ଉପରେ ଅବଗତ କରେଇଥିଲେ l ସେହିପରି ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଙ୍ଗାଧର ନାଏକ, ଆକାଉଣ୍ଟଣ୍ଟ ଅମ୍ବେ ପ୍ରସାଦ ପ୍ରଧାନୀ, ସଂଯୋଜକ ଶ୍ରୀମତୀ କ୍ଷୀରମାଣୀ କୁମ୍ଭାର ଯୋଗ ଦେଇଥିଲେ l ଏହି ଅବସର ରେ ଅଞ୍ଚଳ ର ତିଳଯୋଡି, ଗୋବରା, କୂତରୁଖମାର ର ଶତାଧିକ ଯୁବକ ଯୁବତୀ ଯୋଗଦାନ ଦେଇ ମନ୍ଦିର ପରିସର ରେ ପଡ଼ିଥିବା ପଲିଥିନ, ପାଣି ବୋତଲ, ମଦ ବୋତଲ ପରି ଅନେକ ମଇଳା କୁ ସଫା କରିଥିଲେ l ସେହିପରି ବଜାର ପଡିଆରେ ପଡ଼ିଥିବା ଅଳିଆ ଆବର୍ଜନା ସବୁ ସଫା କରାଯାଇଥିଲା l ସମସ୍ତ ଅଳିଆ ଆବର୍ଜନା ସଫା କଲାପରେ ଶେଷରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଥିବା ସମସ୍ତେ ସପ୍ତାହକୁ ୨ଘଣ୍ଟା ପରିବେଶ ପ୍ରତି ସମୟ ଦେଇ ବିଭିନ୍ନ କାର୍ଯ୍ୟ କରିବା ସହ ଅଳିଆ ଆବର୍ଜନା ମୁକ୍ତ କରିବାପାଇଁ ଶପଥ ନେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା, ଯୁବ ସାମ୍ବାଦିକ ଜଗନ୍ନାଥ ନାଏକ, ଦେବାଶିଷ ସାହୁ,ଜୁଲି ଯୋଶୀ, ଶମ୍ଭୁ ବିଶି ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ ହେବାରେ ସହଯୋଗ କରିଥିଲେ l