ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଗଣଧାରଣା ର ୩୫ ତମ ଦିବସରେ ; ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ,ପର୍ଶୁରାମ ବାହିନୀ ଓ ପ୍ରଜ୍ଞା ବାହିନୀ ର ଗଣଧାରଣାରେ ସାମିଲ ହୋଇ ସମର୍ଥନ କଲେ

କଳାହାଣ୍ଡି, ୦୨/୧୦ : କଳାହାଣ୍ଡି ର ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଗଣଧାରଣା ର ୩୫ ତମ ଦିବସରେ ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ ଓ ପ୍ରଜ୍ଞା ବାହିନୀ ରବିବାର ଗଣଧାରଣା ରେ ସାମିଲ ହୋଇ ଦୃଢ଼ ସମର୍ଥନ ଜଣାଇଥିଲେ । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଭାପତି ଜନାର୍ଦନ ପଣ୍ଡା ଙ୍କ ନେତୃତ୍ୱ ରେ କର୍ମକର୍ତ୍ତା ମାନେ ବିଶାଳ ଶୋଭାଯାତ୍ରା ରେ ବାହାରି ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଚାଲିଥିବା ଅନିର୍ଦ୍ଧିଷ୍ଟକାଳ ଗଣଧାରଣା ସ୍ଥଳରେ ପହଞ୍ଚି ବ୍ରାହ୍ମଣ ରୀତିନୀତି ରେ ମଞ୍ଚ କୁ ପୂଜାର୍ଚ୍ଚନା କରି ବେଦପାଠ ପୁର୍ନକ ଜିଲ୍ଲା ଦାବି ଉପରେ ଗୁରୁତ୍ୱାରୋପ କରିଥିଲେ।
ସମସ୍ତ ଦୃଷ୍ଟି କୋଣରୁ ଯେପରିକି ଭୌଗଳିକ, ଜନସଂଖ୍ୟା ଓ ବ୍ୟବସାୟିକ ଦୃଷ୍ଟି ରୁ ଧର୍ମଗଡ଼ ଜିଲ୍ଲା ହେବାର ସବୁ ଯୋଗ୍ୟତା ଥିବା ଦର୍ଶାଇଥିଲେ। ଉପଖଣ୍ଡ ରେ ପର୍ଶୁରାମ ସେନା ବିଭିନ୍ନ ସମାଜସେବା କାର୍ଯ୍ୟରେ ଆଗଭର ଥିବା ବେଳେ ଜିଲ୍ଲାଗଠନ ଦାବି ରେ ମଧ୍ୟ ଦରକାର ପଡ଼ିଲେ ରାଜରାସ୍ତା କୁ ଓଲ୍ହାଇବ ବୋଲି ପର୍ଶୁରାମ ସେନା ର ଆବାହକ ବିଶ୍ୱରଞ୍ଜନ ପାତ୍ର ପ୍ରକାଶ କରିଥିଲେ ।
ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଗାମୀ ଅକ୍ଟୋବର ୪ ତାରିଖ ଦିନ ସମ୍ପୂର୍ଣ ୧୨ ଘଣ୍ଟିଆ ବନ୍ଦ ଡାକରା କୁ ସମର୍ଥନ କରି ଉପଖଣ୍ଡ ର ସମସ୍ତ ବ୍ରାହ୍ମଣ ସମାଜ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା । ବରିଷ୍ଠ ଓକିଲ ଧନଞ୍ଜୟ ପାତ୍ର, ପ୍ରସନ୍ନ ଅଗସ୍ତି,ସଂନ୍ତୋଷ ପାତ୍ର, ସୁନୀଲ ପାତ୍ର, ବିଭୁତି ଭୂଷଣ ପୁରୋହିତ, ହୃଷିକେଶ ମିଶ୍ର, ବିରଞ୍ଚି ବେହେରା ତଥା ପର୍ଶୁରାମ ସେନାର ଡମ୍ବରୁଧର ଠାକୁର, ବ୍ରିଜେଶ ପଣ୍ଡା, ସଞ୍ଜୀବ ମିଶ୍ର, ଶାଶ୍ୱତ ପାତ୍ର, ବିବେକ ମିଶ୍ର ଓ ପ୍ରଜ୍ଞା ବାହିନୀ ର ପ୍ରିୟମ୍ବଦା ଚାନ୍ଦ, ବବିତା ପଟ୍ଟଯୋଶୀ, ମନୀଷା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।