ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା ଏକ ଘଣ୍ଟା ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ


ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଆଜି ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା ହିଁ ସେବା (ଏକ ଘଣ୍ଟା ଶ୍ରମଦାନ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି | ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରାଜକିଶୋର ପଣ୍ଡିତ ଓ ଯୁବ ରେଡ଼କ୍ରସ ପରାମର୍ଶ ଦାତା ଡ଼. ରଜନୀକାନ୍ତ ଜେନାଙ୍କ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସକାଳ ୧୦ ଘଟିକା ସମୟରେ ସଫେଇ କାର୍ଯ୍ୟ କରାଯାଇଅଛି |
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ତ୍ରିଲୋଚନ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ସମସ୍ତ ସଦସ୍ୟ, ସ୍ବେଛାସେବୀ, ଛାତ୍ରୀ ମହାବିଦ୍ୟାଳୟ ପରିସରକୁ ସଫାକରିଥିଲେ | ପରେ ପରିବେଶକୁ ସୁସ୍ଥ ସୁନ୍ଦର ରଖିବା ପାଇଁ ସ୍ୱଚ୍ଛତା ଆବଶ୍ୟକ ଏବଂ ଏଥିପାଇଁ ଆମର ଶ୍ରମଦାନ ଆବଶ୍ୟକ, ଏହାରି ଉପରେ ଅଧ୍ୟକ୍ଷ ଡ଼. ତ୍ରିଲୋଚନ ଜେନା ସମସ୍ତଙ୍କ ସହ ଶପଥ ପାଠ କରାଇଥିଲେ | ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ସଦସ୍ୟ, ସ୍ବେଛାସେବୀ, ଛାତ୍ରୀମାନଙ୍କ ସହାୟତାରେ ଆଜିର ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମଟି ସୁରୁଖୁରୁରେ ପାଳିତ ହୋଇଥିଲା |