Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପବ୍ଲିକ ସ୍କୁଲ ଫରଙ୍ଗ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା, ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ସ୍ଥିତ ପଞ୍ଚାୟତ ପବ୍ଲିକ ସ୍କୁଲରେ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି। ପାଳିତ ହୋଇଥିବା ଏହି ଗାନ୍ଧୀ ଜୟନ୍ତୀରେ ମୁଖ୍ୟ ଅତିଥି ଭାବରେ ବେହେରା ଜି ଏମ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସଜୀବ ଅପୁ ଯୋଗଦାନ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ,ସାମ୍ୱାଦିକ ରାମ କୁମାର ସେନାପତି, ସମାଜସେବୀ ଉଦିଆ ନିଆଳ,ବିଦ୍ୟାଳୟର ପ୍ରତିଷ୍ଠାତା ସୁବାସ ଚନ୍ଦ୍ର ବାଗ, ବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଭୋଇ,ଶିକ୍ଷକ ତୁଳାରାମ ଗୋପାଲ, ମଙ୍ଗଳୁ ପୂଝାରୀ , ଉମେଶ ନୀଆଲ ପ୍ରମୁଖ ଯୋଗଦାନ କରିଥିଲେ।
ମଞ୍ଚାସୀନ ଅତିଥି ମାନଙ୍କୁ କୁନି କୁନି ଛାତ୍ରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଗାନ୍ଧୀ ଜୟନ୍ତୀ ଊପରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଉପସ୍ଥିତ ଅତିଥି ମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନ୍ମ ମାଟି ପାଇଁ ଭଲ କାମ କରି ନାଁ ରଖିବାକୁ ନିଜ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।ପରେ କୁନି କୁନି ଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ରୁପେନ୍ଦ୍ର ସୁନାନୀ ସଂଯୋଜନା କରିଥିବା ବେଳେ ପରିଚାଳନାରେ ଶିକ୍ଷକ ବାଲ କୃଷ୍ଣ ସୁନାନୀ, ଜିତୁ ତାଣ୍ଡି, ଡଲି ମେମ୍, ବବିତା ମେମ, କରନ ବଂସଲ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ