Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାୱାର ଚେନାଳରେ ନିଖୋଜ ଦ୍ରୋଣର ପରିବାରକୁ ସହାୟତାର ହାତବଢାଇଲା ବିଜେଡି

ଚିପିଲିମା,୦୨/୧୦ ଗତ ବିଶ୍ୱକର୍ମା ପୂଜାଦିନ ରାତିରେ ଚିପିଲିମା ପାୱାର ଚେନାଲ ରେ ଭାସି ନିଖୋଜ ଥିବା ସମ୍ବଲପୁର ମହାନଗର ନିଗମ ୧ ନମ୍ବର ୱାର୍ଡ ବଗବିରା ଗ୍ରାମର ଯୁବକ ଦ୍ରୋଣ ତରିଆ ଙ୍କ ଘରକୁ ଯାଇ ଆଜି ବିଜେଡିର ଏକ ପ୍ରତିନିଧି ଦଳ ପରିବାର ବର୍ଗଙ୍କୁ ସାକ୍ଷାତ କରିଛନ୍ତି l ବିଜୁ ଯୁବ ଜନତା ଦଳର ସମ୍ବଲପୁର ଯୋନ ସାଧାରଣ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ବରେ ଯୁବ ବିଜେଡି ର ଏହି ପ୍ରତିନିଧି ଦଳ ବଗବିରା ଗ୍ରାମରେ ନିଖୋଜ ଯୁବକଙ୍କ ପରିବାର କୁ ସାକ୍ଷାତ କରିବା ସହ ଏ ବିଷୟରେ ଅଧିକ ଆଳୋଚନା କରିଥିଲେ l ଏବଂ ଦୁଃଖରେ ଭାଙ୍ଗି ପଡିଥିବା ପରିବାର ଙ୍କୁ କିଛି ରାସନ ସାମଗ୍ରୀ ଓ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ l ‌ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ ଙ୍କ ନିର୍ଦ୍ଦେଶରେ ଯୁବ ବିଜେଡି ର ଏହି ପ୍ରତିନିଧି ଦଳ ସାକ୍ଷାତ ସମୟରେ ଯଥା ସମ୍ବବ ଏହି ପରିବାର କୁ ସାହାଯ୍ୟ ଦେବାପାଇଁ ଆଗକୁ ଜିଲ୍ଲା ପ୍ରଶାସନ ସହ ଯୁବ ବିଜେଡି ଆଳୋଚନା ମଧ୍ୟ କରିବ ବୋଳି ବିଜୁ ଯୁବ ଜନତା ଦଳର ସମ୍ବଲପୁର ଯୋନ ସାଧାରଣ ସମ୍ପାଦକ ରାଜେଶ ପଣ୍ଡା କହିଛନ୍ତି l ଏହି ପ୍ରତିନିଧି ଦଳରେ ବିଜୁ ଯୁବ ଜନତା ଦଳର ଯୋନ ସାଧାରଣ ସମ୍ପାଦକ ମନ ଥାପା ,ଅଜିତ ବାଗ, ଅରୁଣ ନାୟକ, ରାଜୁ ନାୟକ, ଜୟରାମ ନାୟକ, ସରୋଜ ନେଟି, ସମୀର ଭୋଇ, ଜଗନ୍ନାଥ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ lବିଜେଡିର ଏପରି ଏକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିବାବେଳେ, ଆଗକୁ ଗରିବ ନିଖୋଜ ଦ୍ରୋଣର ପରିବାରକୁ କିପରି ଅଧିକ ସାହାଯ୍ୟ କରାଯାଇପାରିବ ସେନେଇ ଚେଷ୍ଟା କରିବାକୁ ସଚେତନ ମହଲରେ ଦାବି ହେଉଛି।