ସମ୍ବଲପୁର (ପଡ଼ିଆବାହାଲ):ଆଜି ସୋମବାର ଦିନ ୧୦ ଘଟିକାରେ ଜୁଯୋମୁରା ବ୍ଲକ ଖଲିଆ ପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଅଶୋକ କୁମାର ଷଡଙ୍ଗୀଙ୍କ ସଦ୍ଭାପତିତ୍ଵରେ ଛଟେଇ ହୋଇ ଥିବା ନନଫରମାଳ ଶିକ୍ଷକ,ଶିକ୍ଷୟିତ୍ରି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁର ଜିଲ୍ଳା ଜମନକିରା, ଜୁଜୁମୁରା ଓ ଧନକଉଡା ବ୍ଳକ ର ଶିକ୍ଷକ ଶିକ୍ଷୟତ୍ରି ମାନେ ଉପସ୍ଥିତ ଥିଲେ ନନଫରମାଳ ସ୍କୁଲରେ ୧୯୯୦ ମସିହା ରୁ ଶିକ୍ଷକତା କରିଆସୁ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସରକାର ୨୦୦୧ରେ ସମୂହ ଛଟେଇ କରିଦେଇ ଥିଲେ,ପୁଣି ସରକାର ୨୦୦୮ରେ ଇଜିଏସ ପନଃ ନିଯୁକ୍ତି ଦେବା ସମୟରେ ସାରା ଓଡ଼ିଶା ରେ ୧୦.୦୦୦ ର୍ ଊର୍ଧ୍ୱ ନନଫରମାଳ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ପାଇବାରେ ବଞ୍ଚିତ ହୋଇଥିଲେ ଆଜି କୁ ୧୫ ବର୍ଷ ହେବ ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବେକାର ହୋଇ ବସିଛନ୍ତି ସେହି ଦିନଠାରୁ ଓଡିଶା ର ସମସ୍ତ ଛଟେଇ ନନଫରମାଳ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସରକାରଙ୍କ ଠାରେ ପୁନଃ ନିଯୁକ୍ତି ଦାବି କରି ଆସୁଛନ୍ତି।ଏବେ ଓଡ଼ିଶା ରାଜ୍ୟ ନନଫରମାଳ ଛଟେଇ ଶିକ୍ଷକ ସଂଘ ତରଫରୁ ତୁରନ୍ତ ନିଯୁକ୍ତି ଦେବାପାଇଁ ପୁଣି ଜୋରସୋରରେ ସରକାରଙ୍କ ପାଖରେ ଦାବି କରୁଛନ୍ତି
ଏହି ସଭାରେ ଅଶୋକ କୁମାର ଷଡଙ୍ଗୀ,ବିଜୟ କୁମାର ଭଇଁସl, ସତ୍ୟପ୍ରିୟ ଭଇଁସା., ପୁଷ୍ପ କାନ୍ତି ବାଦି,ଗୁଳୁ ବଦନ ବର୍ଗର୍ତ୍ତୀ.,ଶ୍ରୀରାମ ଚନ୍ଦ୍ର ଭୋଇ ., ସୁସ୍ମିତା ପଟେଲ,ରାଜ କୁମାରୀ ବଢେଇ ପ୍ରମୁଖ ଉପସ୍ଥିତ ଥିଲେ।
ନନଫରମାଳ ଛଟେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି
