ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି।ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର , ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତ ବେହେରା ଯୋଗ ଦେଇ ଗାନ୍ଧିଛକ ସ୍ତିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି , ଷ୍ଟାଡିୟମ୍ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ପାର୍କ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ପୂଜ୍ୟପୂଜା କରିଥିଲେ। ପ୍ରଭାତ ଫେରି ତଥା ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସଙ୍ଗରେ ବିଭିନ୍ନ ହାଇସ୍କୁଲ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ସକାଳ ୪.୩୦ ଘ ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିଲା।
ଗାନ୍ଧୀ ପାର୍କ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ ଓ ଶିଖ ଧର୍ମର ପ୍ରତିନିଧି ନିଜ ନିଜ ପବିତ୍ର ଗ୍ରନ୍ଥ ରୁ ସର୍ବ ଧର୍ମ ସମ୍ୟନୟ, ଭାତୃଭାବ , ଅହିଂସା ଓ ଶାନ୍ତି ଉପରେ ଉଦ୍ଧୃତ ବାଣୀ ପରିବେଷଣ କରିଥିଲେ।ହିନ୍ଦୁ ଧର୍ମର ଶ୍ରୀ ହେମନ୍ତ ମୁଣ୍ଡ,ଇସଲାମ ଧର୍ମ ର ସାୟେଦ୍ ହାଫିଜ୍ କାସିମ୍, ସଲିମ୍ ମହମ୍ମଦ, ଖ୍ରୀଷ୍ଟିଆନ ଧର୍ମ ର ଅମୋଶ କୁମାର ନାୟକ, ଶିଖ ଧର୍ମର ହର୍ଜିନ୍ଦର ସିଂ ପ୍ରତିନିଧି ରୂପେ ଯୋଗ ଦେଇ ପବିତ୍ର ଗ୍ରନ୍ଥ ରୁ ବାଣୀ ପାଠ କରିଥିଲେ।ପ୍ରଥମେ ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାର ର ଛାତ୍ରୀ ମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୂପତି ରାଘବ ପରିବେଷଣ କରିଥିଲେ । ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରୀ ମାନେ ଶେଷରେ “ବୈଷ୍ଣବ ଜନକେ “ଗାନ କରିଥିଲେ। ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶା ସ୍ତ୍ରୀଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶ ତଥା ଜାତିର ବିକାଶ ପାଇଁ ନିଜକୁ ପ୍ରସ୍ତୁତ କରିବା ଓ ସହଭାଗୀ ହେବାକୁ ଆହ୍ବାନ କରିଥିଲେ।ଗାନ୍ଧୀ ପାର୍କ ରେ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ । ମାଲ୍ୟ ଅର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା,ଶ୍ରୀ ଜଗ ମୋହନ ପଟ୍ଟନାୟକ,ଶ୍ରୀ ଭବାନୀ ଶଙ୍କର ନିଆଲ, ଶିକ୍ଷକ ଶ୍ରୀ ରବି କାନୁନଗୋ,ଶ୍ରୀ ଅମରେଶ ନେଗି,ଶ୍ରୀ ସଞ୍ଜୟ ମିଶ୍ର,ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ପୌରପରିଷଦ ର ସଭ୍ୟ/ ସଭ୍ୟା,ଗଣ ମାଧ୍ୟମ ପ୍ରତିନିଧି ଭାଗ ନେଇଥିଲେ ।
ସନ୍ଧ୍ୟାରେ ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ଗାନ୍ଧୀ ଦର୍ଶନ ଓ ବିଚାର ଉପରେ ଏକ ଆଲୋଚନା ଚକ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ସଭାପତିତ୍ବ କରିଥିବା ବେଳେ,ମୂଖ୍ୟ ବକ୍ତା ରୂପେ ଶ୍ରୀ ରାହାସ ବିହାରୀ ବେହେରା, ଆଲୋଚକ ଭାବେ ବରିଷ୍ଠ ଆଇନଜିବୀ ଶ୍ରୀ ଜଗନ୍ନାଥ ମୁଣ୍ଡ, ବିଶ୍ଵବିଦ୍ୟାଳୟ କୁଳପତି ଡ ସଞ୍ଜୟ ଶତପଥୀ ,ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, ଶ୍ରୀ କୃଷ୍ଣା ଅବତାର ଦେଓ, ଅଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ଦାସ ଶ୍ରୀ ଜୟଦେବ ସାହୁ ଯୋଗ ଦେଇଥିଲେ।ଶ୍ରୀ ବିରଞ୍ଚି ମୁଣ୍ଡ ସଭା ସଂଚାଳନ କରିଥିଲେ ଓ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସ୍ଵାଗତ ଭାଷଣ ସହ ଆଲୋଚନା ଚକ୍ର ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।