Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସାରା କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, ୦୨/୧୦ (ଜଗନ୍ନାଥ ନାଏକ) : କଟକ ର ସ୍ଥାନୀୟ ବକ୍ସି ବଜାର ସ୍ଥିତ ପେନ୍‌ସନ୍ ଲେନ୍ ରେ ସାରା ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଓଡିଶା ଉତ୍ପନା ର ମୁଖ୍ୟ ଆତ୍ମକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ ଓଡିଶାରେ ଥିବା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଗୁଡ଼ିକ ସୂଚାରୁ ରୂପେ ନିଜର କର୍ତ୍ତବ୍ୟ ପାଳନ କରିବା ସହିତ ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ କମ୍ ଖର୍ଜ ରେ ଏବଂ ଅତି ଗରୀବ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ କିପରି ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ ସେଥିପ୍ରତି ଗୁରୁବ ଦେବାକୁ ଆହ୍ବାନ କରିଥିଲେ । ଏହା ସହିତ ଓଡିଆ ଭାଷା ରେ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକ ରେ ମଧ୍ୟ ଆଗାମୀ ବର୍ଷ ପାଇଁ ରାଜ୍ୟସ୍ତରୀୟ କର୍ମକର୍ଷ ଚୟନ କରାଯାଇଥିଲା । ସୟଦ ସଫିର ଅଲି (ସଭାପତି), କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅମୀୟ କୁମାର ସାହୁ ଉପସଭାପତି, ଇଂ ଅବିନାଶ ଦାସ ସମ୍ପାଦକ, ମୁସ୍ତାକ ଅଲି ସହ ସମ୍ପାଦକ, ରାଜେନ୍ଦ୍ର କୁମାର ନାୟକ କୋଷାଧ୍ୟକ୍ଷ, ଏବଂ ଦୀପ୍ତିକାନ୍ତ ମହାଖୁଡ଼ . ସୁରେନ୍ଦ୍ର ନାୟକ, ପ୍ରଭାତ ଦେହୁରୀ ଓ ସନ୍ତୋଷ ତାକୁଆ କାର୍ଯ୍ୟକାରୀ ସଭ୍ୟ ଭାବେ ସର୍ବସମ୍ମତ୍ତି ଭାବରେ ମନୋନୀତ ହୋଇଥିଲେ । ଆଡ଼ଭୋକେଟ୍ ମନୋରଞ୍ଜନ ପଟାନାୟକ ଉପଦେଷ୍ଟା ଭାବରେ ରହିବା ପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ । ଉକ୍ତ ସମ୍ମଳନୀ ରେ ସାରା ରାଜ୍ୟ ରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ