Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଥୁଆପଦର ଉ.ପ୍ରା. ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୂରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ତେନ୍ତୁଳିଖୁଣ୍ଟି କ୍ଲଷ୍ଟରର ସୂରଭି କାର୍ଯ୍ୟକ୍ରମ ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ଥୁଆପଦର, ଭିମଡଙ୍ଗା, ଗୋଇପିଟା, କୁସୁମଖୁଣ୍ଟି, ତେନ୍ତୁଳିଖୁଣ୍ଟି, ଡୁଙ୍ଗରିପଦର, ରାଇସିଙ୍ଗପୁର, ଡକାବାହାଲି, ତଳକଣ୍ଟାବାଞ୍ଜି, ଉପର କଣ୍ଟାବାଞ୍ଜିର ସମସ୍ତ ସିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଆର୍‌ସିସି ଜୟ କୁମାର ମାଝୀ, ସମ୍ମାନୀତ ଅତିଥି ଭାବେ ଥୁଆପଦର ପଞ୍ଚାୟତର ସରପଞ୍ଚ ଦିଗାମ୍ବର ଲୋହା, ମୁଖ୍ୟବକ୍ତା ଭାବେ ଏସ୍‌ବିଆଇ କଲେଜ ଛକର ବିଏମ୍ ସୁମିତ କୁମାର ନାଗ, ସମ୍ମାନିତ ଅତିଥି ଭାବେ ଥୁଆପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ପ୍ରଧାନ, ସିଆର୍‌ସିସି ସୂର୍ଯ୍ୟନାରାୟଣ ମହାନ୍ତି, ଥୁଆପଦର ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍‌. ନାଗେଶ୍ୱର ରାଓ ଦୋରା ମଞ୍ଚାସୀନ ଥିଲେ । ଏହି ସୁରଭି କାର୍ଯ୍ୟକ୍ରମକୁ ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ ଓ ସିକ୍ଷୟତ୍ରୀ ଦିପ୍ତୀ ମୟି ସିଙ୍ଗ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କରିବାକୁ ଥୁଆପଦର ଉ.ପ୍ରା. ବିଦ୍ୟାଳୟର କ୍ଷୀରସିନ୍ଧୁ ନାଏକ, ସୁଧାରାଣି ସାହୁ, ଲିଜାଲିନ୍ ସାମଲ, ଗୀତାଞ୍ଜଳି ଦେବୀ, ପଦ୍ମଜା ଦାସ, ସସ୍ମିତା ଦାସ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍‌. ନାଗେଶ୍ୱର ରାଓ ଦୋରା ଧନ୍ୟବାଦ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ