Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ପୁରୀ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବ‌ନେଶ୍ବର: ଆଜି ପୁରୀ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅପରାହ୍ନରେ ପୁରୀରେ ପହଞ୍ଚିବେ ମମତା। ଆଜି ରାତ୍ରିଯାପନ କରିବା ପରେ କାଲି ଅପରାହ୍ନରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧୀକାରୀ ଓ ମନ୍ତ୍ରୀ ମଧ୍ୟ ପୁରୀ ଆସୁଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ମମତାଙ୍କ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ଉପସ୍ଥିତ ରହିବେ। ଏହାସହିତ ବଳିଆପଣ୍ଡା ଅଞ୍ଚଳରେ ଏକ ଗେଷ୍ଟ ହାଉସ୍‌ର ନିର୍ମାଣସ୍ଥଳୀ ପରିଦର୍ଶନ କରିବାର ଯୋଜନା ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନ ଜିତିବା ପରେ ପୁରୀ ଆସିବାର ଥିଲା ହେଲେ କୋଭିଡ୍‌ ଯୋଗୁ ଆସିପାରି ନଥିଲେ। ଆଗକୁ ନିର୍ବାଚନ ଥିବାରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଛନ୍ତି ମମତା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ