ଭବାନୀପାଟଣା, ୦୨/୧୦ (ଜଗନ୍ନାଥ ନାଏକ) : ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକବୃନ୍ଦ ମିଶି ମହାବିଦ୍ୟାଳୟ ରୁ କଲେଜ ଛକ ଯାଏଁ ପଦଯାତ୍ରା କରିଥିଲେ ଏବଂ ସାମାଜିକ କାର୍ଯ୍ୟରେ ଭାଗ ନେଇ ରାସ୍ତା ମରାମତି ଏବଂ ସଫେଇ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ପ୍ରଦ୍ୟୁମ୍ନ ସାହୁ, ଅଧ୍ୟକ୍ଷ ଶ୍ରୀ ଆଶୁତୋଷ ବେହେରା, ଅଧ୍ୟାପକ ସୌମ୍ୟରଞ୍ଜନ ଖତୁଆ, ମଣ୍ଟୁ ପଧାନ ଓ ଅଧ୍ୟାପିକା ଶ୍ରୀମତୀ ମମତା ଠାକୁର ଏବଂ ସସ୍ମିତା ଧଳ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପ୍ରୋତ୍ସାହିତ କରିଥିଲେ।
ପ୍ରକୃତି ମହାବିଦ୍ୟାଳୟ ଭବାନୀପାଟଣା ସହର ଇରିଗେସନ୍ କଲୋନୀ ଲେନ୍-୧୫ ଠାରେ ଗାନ୍ଧୀ ଜନ୍ମ ଜୟନ୍ତୀ ପାଳନ
