ଭବାନୀପାଟଣା ଠାରେ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ

ଭବାନୀପାଟଣା, ୦୨/୧୦ (ଜଗନ୍ନଥ ନାଏକ) :
ଭବାନୀପାଟନା ଟାଉନ ହଲରେ କଳାହାଣ୍ଡି ପୁଲିସ ତରଫ ରୁ ସାଇବର ସୁରକ୍ଷା ଅଭିଯାନ ର ଶୁଭାରମ୍ଭ କରା ଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଏସ ପି କଳାହାଣ୍ଡି ଅଭିଳାଶ ଜି, ଏସଡ଼ିପିଓ କେଶିଙ୍ଗା ଶ୍ରୀ ରୋହିତ ବର୍ମା , ଶ୍ରୀ ଆର କାଳିଆ ଭରଣ ଡ଼ିଏଫଓ ସାଉଥ ଡ଼ିବିଜନ, ଶ୍ରୀ ସଞ୍ଜୟ ଶତପଥୀ କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଚେୟାରମାନ ଜିଲ୍ଲା ପରିଷଦ କଳାହାଣ୍ଡି , ଶ୍ରୀମତୀ ସଞ୍ଜୁକ୍ତା ବେହେରା , ଚେୟାରମାନ ମୁନିସିପ୍ଯାଲିଟି, ଭବାନୀପାଟଣା, ଶ୍ରୀ ସୁରେନ୍ଦ୍ର କୁମାର ଜାଲ , ବ୍ୟାଙ୍କ ମେନେଜର ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗଦାନ କରିଥିଲେ। ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ମହାତ୍ମା ଗାନ୍ଧୀ ଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ଦୀପ ପ୍ରଜ୍ଵଳନ କରିଥିଲେ।ଏହାପରେ ବ୍ରଜବିହାର ଶିଶୁମନ୍ଦିର ର ଛାତ୍ରୀ ଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ପ୍ରଥମେ ଏସ ପି ଅଭିଳାଶ ଜି ସାଇବର ଜନିତ ଅପରାଧ କୁ ସଚେତନ ତ। ମାଧ୍ୟମରେ କିପରି ରୋକା ଯାଇପାରିବ ତାଙ୍କ ଅଭିଭାଷଣ ରେ କହିଥିଲେ ଏବଂ ଶ୍ରୀ ସଞ୍ଜୟ ଶତପଥୀ କୁଳପତି କଳାହାଣ୍ଡି ବିଶ୍ୱବିଦ୍ୟାଳୟ କବିତା ମାଧ୍ୟମରେ ସାଇବର ସଚେତନ କରିଥିଲେ। ପୁଲିସ ତଥା ସ୍ଥାନୀୟ କଳାକାର ମାନଙ୍କ ପକ୍ଷରୁ ଗୀତ ଓ ନାଟକ ମାଧ୍ୟମ ରେ ସାଇବର ଅପରାଧ ନିୟନ୍ତ୍ରଣ ଜନିତ ସଚେତନତା ବାର୍ତ୍ତା ପ୍ରଦାନ କରା ଯାଇଥିଲା। ସଭା ଶେଷରେ ଟାଉନ ଥାନା ଭରପ୍ରାପ୍ତ ଅଧିକାରୀ ଯଶୋବନ୍ତ ହିଆଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଏସ ପି କଳାହାଣ୍ଡି ଅଭିଳାଶ ଜି ଓ ଅନ୍ୟ ଅତିଥି ବୃନ୍ଦ ପତାକା ଦେଖାଇ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ଆଜିଠାରୁ ଜିଲ୍ଲାର ସମସ୍ତ ବ୍ଲକ , ପଞ୍ଚୟତ , ସ୍କୁଲ ଓ କଲେଜ ଓ ବିଭିନ ଜନଗହଳି ପୂର୍ଣା ସ୍ଥାନକୁ ଭ୍ରମଣ କରି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିବେ। ଅକ୍ଟୋବର ୮ ତାରିଖ ସକାଳେ ସହରାଞ୍ଚଳରେ ମିନି ମାରଥନ ଓ ୧୪ ତାରିଖରେ ବରିଷ୍ଟ ନାଗରିକ ମାନଙ୍କୁ ସଚେତନ କରିବାକୁ ସନ୍ଧ୍ୟାକାଳିନ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମ ବିଭିନ ମିଶନ ଶକ୍ତି ମହିଳା, ବିଶିଷ୍ଟ ନାଗରିକ, ଶିକ୍ଷକ , ଛାତ୍ର , ପୁଲିସ ଅଧିକାରୀ, ବିଭିନ ଗଣମାଧ୍ୟମର ପ୍ରତିନିଧି ମାନେ ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା ସଭାରେ ଯୋଗଦାନ କରି ଆଜିର ଏହି ସାଇବର ସୁରକ୍ଷା ସଚେତନ ସଭାକୁ ସଫଳ କରିଥିଲେ।