Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରାହ ମାଂସ ଜବତ୍ ; ୩ ଜଣ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା, ୦୩/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଲଇତରା ଗ୍ରାମରେ ଗତକାଲି ରାତ୍ର ୮ ଘଣ୍ଟା ସମୟରେ କେସିଙ୍ଗା ବନ ବିଭାଗ ପକ୍ଷରୁ ଚଢାଉ କରି ତିନିଜଣ ଯୁବକ ଙ୍କୁ ଗିରଫ କରି ତାଙ୍କଠାରୁ ୮ କେଜି ବରାହ ମାଂସ ଜବତ କରି ଥିବା କେସିଙ୍ଗା ଫରେଷ୍ଟର ଦେବଦତ୍ତ ମିଶ୍ର ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।ମିଶ୍ର ବାବୁ ଙ୍କ କହିବା ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବରାହ ମାଂସ ରାନ୍ଧି ଖାଉଥିବା ସମୟରେ ଗରିବ ମାଝୀ, ଝସକେତନ୍ ମାଝୀ, ଓ ସୁଦର୍ଶନ ମାଝୀ ଙ୍କୁ ଗିରଫ କରି ତାଙ୍କ ଠାରୁ କଞ୍ଚା ମାଂସ ୩ କେଜି,ରନ୍ଧା ମାଂସ ୩ କେଜି ଓ ଚମଡା ଗୋଡ଼ ୨ କେଜି ଜବତ କରି ଥିବା ପ୍ରକାଶ କରିବା ସହିତ ଆଉ କେଉଁମାନେ ଏଥୀରେ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି। ତିନିଜଣ ବ୍ୟକ୍ତି ଙ୍କୁ ଫରେଷ୍ଟ ଆଇନ ରେ ବୁକ୍ କରି କୋର୍ଟ ଚାଲାଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ