ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ , କାଦୋଦର କଲେଜ ର ଛାତ୍ରୀ ମାନଙ୍କୁ ରାସ୍ତାରେ କମେଣ୍ଟ ମାରିବା ସହିତ ଅଶ୍ଳୀଳ ଇଙ୍ଗିତ କରିବା ଏବଂ ଜଣେ ଝିଅ ଙ୍କୁ ଟାଣି ଆଣିବା ରୁ ଜଣେ ଯୁବକ ଙ୍କୁ ଉତ୍ତମ ମଧ୍ୟମ ମାଡ ଦେବା ସହିତ ପୋଲିସ ରେ ଜିମା ଦେଇଛନ୍ତି ଗ୍ରାମବାସୀ । ସୁଚନମତେ କାଦୋଦର ସ୍ଥିତ ଉମଦେବୀ +୨ କଲେଜ କୁ କୋଟସମଲାଇ ଅଞ୍ଚଳର ଛାତ୍ରୀମାନେ ପ୍ରତ୍ୟହ ସାଇକେଲ ଯୋଗେ ପଢିବାକୁ ଯାଆନ୍ତି । ତେବେ କେତେକ ଯୁବକ ଉକ୍ତ ଛାତ୍ରୀମାନଙ୍କୁ କମେଣ୍ଟ କରିବା ସହିତ ଅଶ୍ଳୀଳ ଇଙ୍ଗିତ କରିଥାନ୍ତି । ତେବେ ଉକ୍ତ ଛାତ୍ରୀମାନେ ଚୁପ୍ ଚାପ୍ ପଳେଇ ଥାନ୍ତି । ମଙ୍ଗଳବାର ଦିନ ମଧ୍ୟ ଉକ୍ତ ଛାତ୍ରୀମାନେ କଲେଜ କୁ ପଢ଼ି ଆସିଥିଲେ । କ୍ଲାସ ସରିବା ପରେ କୋଟସମଲାଇ ଅଞ୍ଚଳ ର ଛାତ୍ରୀମାନେ ଏକାଠି ଘରକୁ ଫେରୁଥିଲେ। ପ୍ରାୟ ୩ ଜଣ ଯୁବକ ଏକ ବାଇକ ରେ ଉକ୍ତ ଛାତ୍ରୀ ଙ୍କୁ ପିଛା କରି କମଣ୍ଟ କରିବା ସହ ଅଶ୍ଳୀଳ ଇଙ୍ଗିତ କରି କରି ଆସୁଥିଲେ । ଜଙ୍ଗଲ ରାସ୍ତା ହୋଇଥିବାରୁ ଛାତ୍ରୀମାନେ ଭୟରେ ଚୁପ୍ ରହି ଆସୁଥିଲେ । ମାତ୍ର ଖୁଣ୍ଟୁଲାପାଲି ଛକ ନିକଟରେ ମଣ୍ଟୁ ଦେହେରି ନାମକ ଜଣେ ଯୁବକ ଜଣେ ଛାତ୍ରୀ କୁ ସାଇକେଲ ରୁ ଟାଣି ଆଣିଥିଲା । ଛାତ୍ରୀ ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଜମା ହୋଇଗଲେ । ଘଟଣା ସ୍ଥଳରେ ଛାତ୍ରୀ ଜଣକ ତଳେ ପଡ଼ି ଯାଇଥିବା ବେଳେ ଲୋକେ ଅଭିଯୁକ୍ତ ମଣ୍ଟୁ କୁ ଧରି ଥିଲେ । ଏହା ଦେଖି ଯୁବକ ଙ୍କ ଅନ୍ୟ ଦୁଇ ସହଯୋଗୀ ଘଟଣା ସ୍ଥଳରୁ ଫେରାର ହୋଇଗଲେ । ତେବେ ଅଭିଯୁକ୍ତ ଯୁବକକୁ ସ୍ଥାନୀୟ ଲୋକେ ଉତ୍ତମ ମଧ୍ୟମ ମାଡ ଦେବା ସହିତ ପୋଲିସ କୁ ଖବର ଦେଇଥିଲେ । ଏହା ସହିତ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ ଯୁବକଙ୍କ ବାଇକ କୁ ମଧ୍ୟ ପୋଡ଼ି ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକ କୁ ଉଦ୍ଧାର କରି ଅଟକ ରଖିଛି । ଏ ନେଇ ବୀରମହାରାଜପୁର ଥାନା ଅଧିକାରୀଙ୍କ ରଜେଶ୍ଵରୀ ଭୋଇ ଙ୍କୁ ଯୋଗାଯୋଗ କରିବାରୁ ଘଟଣା ବିଷୟରେ ଅବଗତ ଅଛୁ l ଖବର ପାଇ ଅଭିଯୁକ୍ତ ଯୁବକ କୁ ଥାନା କୁ ଆଣି ଅଟକ ରଖା ଯାଇଛି ବୋଲି କହିଛନ୍ତି ।
ଷ୍ଟ୍ରିଟ ରୋମିଙ୍କୁ ଉତ୍ତମ ମଧ୍ୟମ ଦେଇ ପୁଲିସ ଜିମା ଦେଲେ ଗ୍ରାମବାସୀ
