Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମପରାୟଣା ମହିଳା ତାରିଣୀଙ୍କ ଗାୟତ୍ରୀ ମନ୍ଦିରରେ ଶ୍ରାଦ୍ଧୋତ୍ସଵ

ଚିପିଲିମା,୪/୧୦ ସମ୍ବଲପୁର ଜିଲ୍ଲା ଚିପିଲିମା ସ୍ଥିତ ଏନଏଫ କଲୋନୀ ନିବାସୀ ପରିଚିତ ଚାଦୋକାନୀ ମାର୍କଣ୍ଡ ଙ୍କ ମାତା ସ୍ୱର୍ଗତା ତାରିଣୀ ନାୟକ(୭୫) ଗତ ୨୩ତାରିଖରେ ହୃଦ୍ଘାତରେ ସ୍ୱର୍ଗବାସ ହୋଇଥିଲାବେଳେ, ଆଜି ଚିପିଲିମା ଗାୟତ୍ରୀ ମନ୍ଦିରରେ ତାଙ୍କରି ଶ୍ରାଦ୍ଧୋତ୍ସଵ ଅନୁଷ୍ଠିତ ହୋଇଯାଇଛି।ସେ ଜଣେ ଧର୍ମପରାୟଣା ମହିଳା ଥିବାବେଳେ ସେ ମେଲାପି, ମୀଷ୍ଠାଭାସି, ସରଳ,ପରଉପକାରୀ ତଥା ଜଣେ ନାରୀନେତ୍ରୀ ଥିଲେ।ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ, ତାଙ୍କରି ଶ୍ରାଦ୍ଧୋତ୍ସଵ ରେ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ପରିବାର ବର୍ଗ ବନ୍ଧୁବାନ୍ଧବ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।ଏହି ଅବସରରେ ମନ୍ଦିରରେ ପ୍ରସାଦ ବଣ୍ଟନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ