Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ରେ ସାଇବର ସୁରକ୍ଷା ସଚେତନତା ରଥ କୁ ସ୍ଵାଗତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଆଜି ସୋନପୁର ରୁ ବାହାରିଥିବା ସାଇବର ସୁରକ୍ଷା ସଚେତନତା ରଥ ପହଞ୍ଚିଥିଲା l ଉଲୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଛକ ଠାରେ ବୁଧବାର ସଚେତନତା ରଥ ପହଁଞ୍ଚିବା ପରେ କଲେଜ ଅଧ୍ୟକ୍ଷ ଦେବାଶିଷ ପାଣ୍ଡିଆ ଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ l ଏଥିରେ ପୋଲିସ ବାହିନୀ ସମେତ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଯୋଗ ଦେଇଥିଲେ I