Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୁରାଗାଁ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଭବାନୀପାଟଣା, ୦୪/୧୦ (ଜଗନ୍ନାଥ ନାଏକ) :କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ହାରାମାଳ ଗ୍ରାମ ପଂଚାୟତ ଅନ୍ତର୍ଗତ ପାରୁଆଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚୁରାଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୩ ଓ ଓଡିଶା ମିଲେଟସ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ର ଉଦଘାଟନି ସମାରୋହ ରେ ମୁଖ୍ୟ ଅତିଥି ଭାବେ ହାରାମାଳ ପଂଚାୟତ ସରପଞ୍ଚ ଶ୍ରୀମତୀ ସୁଶୀଲା ଦୁର୍ଗା ହୋଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ହାରାମାଳ ପଂଚାୟତ ସମିତି ସଭ୍ୟା ଶ୍ରୀମତୀ କରୁଣା ବାଗ, ସି.ଆର.ସି.ସି. ସନାତନ ଭଞ୍ଜ, ଦାଶରଥି ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଚୁରାଗାଁ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବିପିନ ବିହାରୀ ନାୟକ ଯୋଗ ଦେଇ ଥିଲେ। ଏହି ଉତ୍ସବ ର ଦ୍ୱିତୀୟ ପର୍ଯ୍ୟାୟ ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ର ମୋହନ ମାଝୀ ଓ ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି. ସନାତନ ଭଞ୍ଜ, ବିନୟ କୁମାର ପଣ୍ଡା, ପାରୁଆ ଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମମତା ଞ୍ଜଳି ମାଝୀ ଉପସ୍ଥିତ ଥିଲେ। ବନ୍ଧକନା ପଂଚାୟତ ଓ ହାରମାଳ ପଂଚାୟତ ର ୧୬ ଟି ସ୍କୁଲ କୁ ନେଇ ଉତ୍ସବ ଟି ଅନୁଷ୍ଠିତ ହୋଇ ଥିଲା। ଏଠାରେ ଚିତ୍ରାଙ୍କନ, କୁଇଜ, ଗୀତ, ନାଚ ଏହି ଭଲି ଅନେକ ପ୍ରକାର ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତା ଶେଷ ରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା। ପାରୁଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୋଲେକ ବାଗ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ