Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ସୁରକ୍ଷା କର୍ମୀ ସଂଘର ହୀରାକୁଦ ଥାନା ଘେରାଓ

ସମ୍ବଲପୁର(ବୁର୍ଲା):- ବୁର୍ଲା ଭୀମସାର ଠାରେ ନିଶା ଶକ୍ତ ଡାକ୍ତର ଙ୍କ ଦ୍ଵାରା ସୁରକ୍ଷା କର୍ମୀ ଙ୍କ ଉପରେ ଆକ୍ରମଣ ଓ ଅସଦାଚରଣ ବିରୋଧରେ ପଶ୍ଚିମ ଓଡ଼ିଶା ସୁରକ୍ଷା କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ଏବଂ ବୁର୍ଲା ଥାନା ଘେରାଉ।
ଆଜି ବୁର୍ଲା ଭିମ୍ ସାର ଡାକ୍ତର ଖାନା ରେ କିଛି ନିଶାସକ୍ତ ଡାକ୍ତର ଙ୍କ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କୁ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଡାକ୍ତର ଙ୍କ ପ୍ରତି ସମାଜରେ ଯଥେଷ୍ଟ ସମ୍ମାନ ଥିବା ସତ୍ତ୍ୱେ କିଛି ଡାକ୍ତର ଙ୍କ ପାଇଁ ନିନ୍ଦିତ ହୋଇଛି ଡାକ୍ତର ସମାଜ। ଆଜି କିଛି ଡାକ୍ତର ନିଶା ସେବନ କରି ସୁରକ୍ଷା କର୍ମୀ ଙ୍କୁ କେବଳ ଯେ ଅଶାଳୀନ ବ୍ୟବହାର କରିଥିଲେ ତା ନୁହେଁ ମରଣାନ୍ତକ ଆକ୍ରମଣ ମଧ୍ୟ କରିବା ସହ ସୁରକ୍ଷା କର୍ମୀ ଙ୍କ ଅଫିସ କୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଆକ୍ରମଣ ପ୍ରତିବାଦ ରେ ଥାନା ଘେରାଉ ସହ ଆକ୍ରମଣକାରୀ ଙ୍କ ବିରୋଧରେ ଲିଖିତ ଅଭିଯୋଗ କରାଯାଇଛି। ପଶ୍ଚିମ ଓଡ଼ିଶା ସୁରକ୍ଷା କର୍ମୀ ସଂଘ ର ସଭାପତି ଅର୍ୟନ ବେହେରା, କାର୍ଯ୍ୟକାରୀ ସଭାପତି ଦେବଜ୍ୟୋତି ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା କର୍ମୀଙ୍କ ପ୍ରତି ହୋଇଥିବା ଆକ୍ରମଣ ନିନ୍ଦା କରିବା ସହ ଅଭିଯୁକ୍ତ ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ