Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତି ମେହେରଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ପତ୍ର

ସମ୍ବଲପୁର:ପରୀକ୍ଷା ପେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପିଲାଙ୍କ ଭବିଷ୍ୟତ ଓ ଯୁବ ପିଢୀଙ୍କ ସମୟର ଆହ୍ୱନ ସମୟରେ ଜଣେ ଅବିଭାବକ ଭାବେ ପ୍ରେରଣାମୟୀ ମାର୍ଗଦର୍ଶକ ଭାବେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ବାହାମ ପଞ୍ଚାୟତର ବଡତୁରାଙ୍ଗ ଗ୍ରାମର ମହିଳ ଉଦ୍ୟୋଗୀ ଶାନ୍ତି ମେହେରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଆସନ୍ତା ୨୫ ବର୍ଷର ଅମୃତକାଳ ଯାତ୍ରା ପାଇଁ ବିକଶିତ ଭାରତ ପାଇଁ ବିଶାଳ ସଂକଳ୍ପ,କ୍ରିତଦାସ ମାନସିକତାରୁ ମୁକ୍ତି,ନିଜ ଐତିହ୍ୟକୁ ନେଇ ଗର୍ବ କରିବା,ଏକତାକୁ ସୁଦୃଢ କରିବା ଓ କର୍ତ୍ତବ୍ୟକୁ ସର୍ବାଧିକ ପ୍ରାଥମିକତା ଦେବା ଭଳି ୫ଟି ନୀତିକୁ ଅନୁସରଣ କରିବାକୁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ଚିଠରେ ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଏଭଳି ଚିଠି ଶ୍ରୀମତୀ ଶାନ୍ତିଙ୍କ ପାଖରେ ପହଞ୍ଚିବା ପରେ ସବୁ ମହଳରେ ଉତ୍ସାହ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ