Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂସ୍ପର୍ଶରେ ଆସି ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ମୃତ

ଦେବଗଡ଼:ବିଦ୍ୟୁତ ସଂସ୍ପର୍ଶରେ ଆସି ଆଜି ଟାଟା ପାୱାରରେ ଠିକା ସଂସ୍ଥାର ଅଧୀନରେ ହେଲପର ଭାବେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ ଅସ୍ଥାୟୀ କର୍ମଚାରୀ ଜଣକ ହେଲେ ତିଲେଇବଣି ବ୍ଲକର ତେଣ୍ଡରାକଟା ଗ୍ରାମର ସୁନୀଲ ପ୍ରଧାନ । ମିଳିଥିବା ସୂଚନା ଅନୁଯାୟୀ, ମେଞ୍ଜାରିବାହାଳ ଗ୍ରାମରେ ଟ୍ରାନ୍ସଫର୍ମର ଖରାପ ଥିବା ହେତୁ ବିଦ୍ୟୁତ ବିଭ୍ରାଟ ଦେଖାଦଦେଇଥିଲା । ତେବେ ସୁନୀଲ ଆଜି ଉକ୍ତ ଟ୍ରାନ୍ସଫର୍ମର ବିଦ୍ୟୁତ ତାର ସଜାଡୁଥିବାବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସାଥୀ କର୍ମଚାରୀମାନେ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ଟାଟାପାୱାରର ବରିଷ୍ଠ କର୍ମଚାରୀମାନେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ ।ସୂଚନା ପାଇଁ ଦେବଗଡ଼ ପୌରାଧକ୍ଷା ଶାନ୍ତି ମଞ୍ଜରୀ ଦେଈ ମୁଖ୍ୟ ଚିକିତ୍ସାଳୟକୁ ଆସି ମୂତ ସୁନଲ ଙ୍କ ପରିବାର ସଦସ୍ୟଙ୍କ ସହିତ ଦୁଃଖ ପ୍ରକାଶ କରି କରିଥିଲେ। ପୁଲିସ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବିଦ୍ୟୁତ ମରାମତି କରିବା ସମୟରେ ସଂପୃକ୍ତ ସଂସ୍ଥା ପକ୍ଷରୁ କୌଣସି ସେଫଟି କିଟ ପ୍ରଦାନ କରାଯାଉନଥିବା ‌ଅଭିଯୋଗ ହୋଇଛି । ଆସନ୍ତାକାଲି ଶବବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ