ବ୍ଲକସ୍ତରୀୟ ଲୋକ କଳାକାର ପ୍ରଶିକ୍ଷଣ ଶିବିର


ଭବାନୀପାଟଣା, ୦୫/୧୦ (ଜଗନ୍ନାଥ ନାଏକ) :
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସମ୍ମିଳନୀ ଗୃହରେ ଦୁଇ ଦିନ ଧରି ଲୋକ କଳାକାର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିନ ରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଥମ ଦିନରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୁୱାନ, ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା, ବ୍ଲକ ଉନ୍ନୟନ ଅଧିକରି ପ୍ରୀତା କୁମାରୀ, ବ୍ଲକ କଳାକାର ସଂଘ ସଭାପତି କରୁଣା କର ଦାସ, ପାରଶ୍ମିତା ରାଏ,ଡ଼ଃ ଅଜୟ ମିଶ୍ର, ଭୀମ ସେନ ସାହୁ, ହୃଷିକେଶ ସାହୁ, ଭବାନୀପାଟଣା ର ବିଭିନ୍ନ ପଞ୍ଚାୟତ ର କଳାକାର ମାନେ ଆସି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ସେବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନ ଶିକ୍ଷା, ସ୍ୱାସ୍ଥ୍ୟ, ଆଇସିଡିଏସ ଅଧିକାରୀ ଅବଗତ କରାଇଥିଲେ।