Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହ ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି, ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିଥିବା ଅଭିଯୋଗ

ଭବାନୀପାଟଣା, ୦୫/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୋଟପାଡି ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁଯାୟୀ କୋଟପାଡି ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ଭୃଗୁଲତା ଠାକୁର ଓ ପ୍ରଧାନ ଶିକ୍ଷୟିତ୍ରୀ ଆରତୀ ଖଟୁଆଙ୍କ ମଧ୍ୟରେ ଗତ କିଛି ମାସ ହେଲା ବଚସା ଲାଗି ରହିଥିଲା।ଏ ନେଇ କୋଟପାଡି ଗ୍ରାମବାସୀ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଠାରେ ଅଭିଯୋଗ କରିଥିଲେ।ସହ ଶିକ୍ଷୟିତ୍ରୀ ଭୃଗୁଳତା ଠାକୁର ବିନା କାରଣରେ ସ୍କୁଲ ରେ ଅନୁପସ୍ଥିତ ରହୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ପାଠ ପଢାରେ ମଧ୍ୟ ବହୁ ଅବହେଳା କରୁଥିଲେ।ଯାହାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ତଗିତ କଲେ ଟିକିଏ ମଧ୍ୟ କର୍ଣ୍ଣପାତ କରୁନଥିଲେ ।ସହ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ରେ ବାରମ୍ବାର ଅବହେଳା ଓ ଅଧିକାରୀ ଙ୍କ କାର୍ଯ୍ୟାନୁଷ୍ଠାନ ନନେବା ନେଇ ଆଜି ଗ୍ରାମବାସୀ ବିଦ୍ୟାଳୟ କୁ ତାଲା ପକାଇ ଥିଲେ।ତେବେ ସହ ଶିକ୍ଷୟିତ୍ରୀ ବିଦ୍ୟାଳୟ କୁ ପହଂଚି ଏହା ଦେଖିବା ମାତ୍ରେ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହଠାତ ଦୁଇ ଥାପଡ଼ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ