Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭବାନୀପାଟଣା ବ୍ଲକ ସମ୍ମିଳନୀ ଗୃହରେ ଦୁଇ ଦିନ ଧରି ଲୋକ କଳାକାର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିନରେ ସମାପନ

ଭବାନୀପାଟଣା, ୦୫/୧୦ (ଜଗନ୍ନାଥ ନାଏକ) :
ଭବାନୀପାଟଣା ବ୍ଲକ ସମ୍ମିଳନୀ ଗୃହରେ ଦୁଇ ଦିନ ଧରି ଲୋକ କଳାକାର ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଦ୍ୱିତୀୟ ଦିନ ରେ ସମାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଂସ୍କୃତିକ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକ କଳାକାର ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଥମ ଦିନରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୁୱାନ, ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ ବେହେରା, ବ୍ଲକ ଉନ୍ନୟନ ଅଧିକରି ପ୍ରୀତା କୁମାରୀ,ବ୍ଲକ କଳାକାର ସଂଘ ସଭାପତି କରୁଣା କର ଦାସ, ପାରଶ୍ମିତା ରାଏ,ଡ଼ଃ ଅଜୟ ମିଶ୍ର, ଭୀମ ସେନ ସାହୁ,ହୃଷିକେଶ ସାହୁ,ଭବାନୀପାଟଣା ର ବିଭିନ୍ନ ପଞ୍ଚାୟତ ର କଳାକାର ମାନେ ଆସି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚି ପାରିବ ସେବିଷୟରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପ୍ରଶାସନ ଶିକ୍ଷା, ସ୍ୱାସ୍ଥ୍ୟ, ଆଇସିଡିଏସ ଅଧିକାରୀ ଅବଗତ କରାଇଥିଲେ।