ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେଇ ତଞ୍ଚକତା ; ଲକ୍ଷାଧିକ ଟଙ୍କା ହଡପ୍ କରି ନେଲେ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାନୀୟ ଶମ୍ଭୁନଗରପଡାରେ ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେଇ ଲକ୍ଷେରୁ ଟଙ୍କା ପୋଷ୍ଟ କାର୍ଯ୍ୟାଳୟରୁ ହଡପ୍ କରିବା ଘଟଣାରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି। ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାନୀୟ ଶମ୍ଭୁନଗର ପଡାର ଧରଣୀଧର ପୁରୋହିତ ୨୦୨୦ ମହସିହାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ୧ ଜଣ ଝିଅ ଏବଂ ୩ ଜଣ ପୁଅଙ୍କ ମଧ୍ୟରୁ ଝିଅ ବୀଣାପାଣି ପିରୋହିତଙ୍କ ମୃତ୍ୟୁ ହୋଇସାରିଛି । ସେହି ଭଳି ବିରଞ୍ଚି ନାରାୟଣ ପୁରୋହିତ ୨୦୦୫ ମହସିହାରେ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ପୁଅ ବିଜୟ ପୁରୋହିତ (ଶଥପଥୀ) ଜୟପୁର ପେପରମିଳରେ କାର୍ଯ୍ୟ କରନ୍ତି । ସେଇଭଳି ବିଶ୍ୱନାଥ ପୁରୋହିତ ଭବାନୀପାଟଣା ସହରର ଦର୍ପଣ ସାଗରପଡାରେ ରହି ଆସୁଛନ୍ତି। ସ୍ବର୍ଗତ ଧରଣୀଧର ପୁରୋହିତ ଭବାନୀପାଟଣା ପୋଷ୍ଟ କାର୍ଯ୍ୟାଳୟରେ ୧ ଲକ୍ଷ ୧୨ ହଜାର ୪୭୭ ଟଙ୍କା ଜମା ରଖିଥିଲେ। ୨ ଜଣ ଭାଇ ଗିରଫ ଟଙ୍କା ଉଠାଣ ପାଇଁ ବିଜୟ ପୁରୋହିତ ଏବଂ ବିଶ୍ୱନାଥ ପୁରୋହିତ ତଞ୍ଚକତା କରି ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଆଣିଥିଲେ । ଏଥିରେ ମୃତ୍ୟୁ ବିରଞ୍ଚି ନାରାୟଣ ପୁରୋହିତଙ୍କ ଫେମିଲି ଧର୍ମ ସ୍ତ୍ରୀ ଓ ୨ ଜଣ ଝିଅଙ୍କ ନାମ ନଥିଲା । ସେମାନଙ୍କୁ ନଜଣାଇ ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେଇ ପୋଷ୍ଟ କାର୍ଯ୍ୟାଳୟରେ ୧ ଲକ୍ଷ ୧୨ ହଜାର ୪୭୭ ଟଙ୍କା ଉଠାଇ ହଡପ କରିଥିଲେ। ବିରଞ୍ଚି ନାରାୟଣ ପୁରୋହିତଙ୍କ ସ୍ତ୍ରୀ ପ୍ରତିଭା ପୁରୋହିତ ଏହି ବିଷୟରେ ଜାଣିବା ପରେ ଭବାନୀପାଟଣା ସହର ଟାଉନ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏସ.ଆଇ. ତପନ କାଲୋ ଏକ ମାମଲା ରୁଜୁ କରି ତଦନ୍ତ କରିଥିେଲ । ଏଥିରେ ମିଥ୍ୟା ଉତ୍ତରାଧିକାରୀ ପ୍ରମାଣ ପତ୍ର ଦେଇ ପୋଷ୍ଟ କାର୍ଯ୍ୟାଳୟରେ ଟଙ୍କା ଉଠାଇଥିବା ପ୍ରମାଣିତ ହେବ ପରେ ୨ ଜଣ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜାମିନ ନାମଞ୍ଜୁର ହେବା ପରେ ବିଜୟ ପୁରୋହିତ ଓ ବିଶ୍ୱନାଥ ପୁରୋହିତଙ୍କୁ ଜେଲ ପଠାଇ ଦିଆଯାଇଛି।