Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେସିଙ୍ଗା ଠାରେ ବିଶ୍ବ ହିନ୍ଦୁ ପରିଷଦର ଶୌର୍ଯ୍ୟ ଜାଗରଣ ରଥ କୁ ଭବ୍ୟ ସ୍ଵାଗତ

ଭବାନୀପାଟଣା, ୦୬/୧୦ (ଜଗନ୍ନାଥ ନାଏକ) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ବାରା ଆୟୋଜିତ ଶୌର୍ଯ୍ୟ ଜାଗରଣ ରଥ ଯାହା ସହିଦ ଲକ୍ଷ୍ମଣ ନାୟକ ଶୌର୍ଯ୍ୟ ଜାଗରଣ ଯାତ୍ରା ରଥ ରାତି ୮ ଟା ରେ କେସିଙ୍ଗା ପହଞ୍ଚି ଥିଲା। ବଜରଙ୍ଗ ଦଳର ଆବହଁ କର୍ମେ ରଥ କୁ କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରେ ସ୍ଵାଗତ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ ଓ ଜନସାଧାରଣ ଶହ ଶହ ଲୋକ ଉପସ୍ଥିତ ରହି ସ୍ଵାଗତ କରିଥିଲେ।ରଥ ପହଞ୍ଚିବା ପରେ ରଥ କୁ କେସିଙ୍ଗା ନଗର ପରିକ୍ରମା କରାଯାଇ ସ୍ଥାନେ ସ୍ଥାନେ ପୂଜାର୍ଚ୍ଚନା କରାଯାଇ ଜଗନ୍ନାଥ ମନ୍ଦିର ପରିସରରେ ପ୍ରବଚନ ର ବ୍ୟବସ୍ଥା କରାଯିବା ସହିତ ସମସ୍ତଙ୍କ ପାଇଁ ପ୍ରସାଦ ର ବ୍ୟବସ୍ତା କରାଯାଇ ଥିଲା।
ଏଥିରେ ବିଶ୍ବହିନ୍ଦୁ ପରିଷଦ କେସିଙ୍ଗା ସଭାପତି ସିଦ୍ଧେଶ୍ୱର ମିଶ୍ର,ଉପସଭାପତି ଶଙ୍କର ଲାଲ ଗର୍ଗ, ସମ୍ପାଦକ ଦ୍ବାରିକା ପ୍ରସାଦ ଗୁପ୍ତା ,ସହ ସମ୍ପାଦକ ରଜନୀ କାନ୍ତ ଦାସ, କୋଷାଧ୍ୟକ୍ଷ ଅମିୟ କୁମାର ନନ୍ଦ, ଜଗଦୀଶ ଷଡ଼ଙ୍ଗୀ, ନାରୀ ଶକ୍ତି ପ୍ରମୁଖ ରୁବି ଚୌଧୁରୀ, ପ୍ରଶାନ୍ତ ବାନାର୍ଜୀ, ବଜରଙ୍ଗ ଦଳ କେସିଙ୍ଗା ପ୍ରମୁଖ ଗଣେଶ ପ୍ରସାଦ ମିଶ୍ର, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ସପନ କୁମାର ମୁଖାର୍ଜୀ, ପୂଜ୍ୟ ପ୍ରଭାକର ବାବା, ପୂଜ୍ୟ ମଧୁସୂଦନ ଦାସ ବାବା ଏବଂ ବିଶ୍ଵ ହିନ୍ଦୁ ପରିଷଦ ର ବିଶ୍ୱ ନାଥ କମାନି ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ର ସନତାନି ହିନ୍ଦୁ ମାନେ ଶୋଇଛନ୍ତି ତାଙ୍କୁ କିପରି ଭାବରେ ଜାଗୁର୍ତ କରିବା ପାଇଁ ଏହି ରଥ ସାରା ଭାରତ ବର୍ଷ ରେ ୩୦ ସେପ୍ଟେମ୍ବର ରୁ ୧୪ ଅକୋଟବର୍ ପର୍ଯ୍ୟନ୍ତ ଏହି ରଥ ଗଢ଼ିବା ବୋଳି କହିଲେ ବିଶ୍ଵ ହିନ୍ଦୁ ପରିଷଦ ର ସହ ମନ୍ତ୍ରୀ। ଶେଷରେ ସାଧୁ ସନ୍ଥ ମାନଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।