ଥୁଆମୂଳ ରାମପୁର ଠାରେ ଭୈରବ ଦେବଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା

କଳାହାଣ୍ଡି, ୦୬/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ମୁଖ୍ଯାଳୟ ଠାରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଗତ ତା ୦୪/୧୦ /୨୦୨୩ ରିଖ ଦିନ ରୀତିନୀତି ଅନୁସାରେ ଶେଷ ହୋଇଛି। ଆବହନ କାଳର ଏହି ପୀଠ ଏଥିରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତି ଅନୁସାରେ ପୂଜାର୍ଚ୍ଚନା କରାଯାଉ ଥିବାବେଳେ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିର ରୁ ବାହାରି ସହରର ପରିକ୍ରମା କରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥାନ୍ତି। ମାଟି ହାଣ୍ତି ଉପରେ ବସିବା ପରେ ଅକ୍ଷତ ରଖିବା କଣ୍ଟା ଦୋଳିରେ ଝୁଲି ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ତରେ ପ୍ରବେଶ କରି ଚାଲିବା ଦୃଶ୍ଯକୁ ହଜାର ହଜାର ଭକ୍ତ ଓ ଶ୍ରଧାଳୁ ଭକ୍ତି ଭାବରେ ଦର୍ଶନ କରିଥାନ୍ତି। ଏହି ବର୍ଷ ଭୈରବ ଦେବ ଯୁବକ ଲାଲ ପରିଛାଙ୍କ ଦେହରେ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିବା ବେଳେ ଶରତ ଚନ୍ଦ୍ର ପୁଝାରୀ ଙ୍କ ଦେହରେ ମାଁ ମାଣିକେଶ୍ବରୀ କାଳିସୀ ରୂପେ ପ୍ରବେଶ କରିଥିଲେ। ଝାମୁଯାତ୍ରା ଶେଷ ହେବା ପରେ ସଂଧ୍ୟାରେ ଭକ୍ତ ଓ ଶ୍ରଧାଳୁ ଙ୍କ ମନୋରଞ୍ଜନ ନିମନ୍ତେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ଓ ଘୁମୁରା ପ୍ରତିଯୋଗିତା ରେ ଏକ ମଞ୍ଚ ଆୟୋଜିତ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସାଂସଦ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ତା, ମୁଖ୍ଯ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ଅନ୍ଯାନ୍ଯ ଅତିଥି ଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଶ୍ରୀ ବିଷ୍ଣୁ ନାଏକ, ବିଜେଡି ବ୍ଳକ ସଭାପତି ଶ୍ରୀ କପିଳାସ ନାଏକ, ଜିଲ୍ଲା ପରିଷଦ ସଭ୍ଯ ଶ୍ରୀମତୀ ଟୁନି ଖୋଶଳା , ଆଇନ୍ ଜୀବି ଶ୍ରୀ ମନୋରଞ୍ଜନ ନାଏକ, ବ୍ଳକ ଉପାଧ୍ଯକ୍ଷା ଶ୍ରୀମତୀ ଜୟନ୍ତୀ ମାଝୀ, ବିଏସପି ରାଜ୍ଯ ସଂଯୋଜକ ଶ୍ରୀ ଦେବୀଚରଣ ଭାଟି, କେଏମଏମ୍ ବ୍ଳକ ସଭାପତି ଶ୍ରୀ କରିଣ ଧଙ୍ଗଡାମାଝୀ, ଶ୍ରୀ କୃଷ୍ଣ ଚନ୍ଦ୍ର ନାଏକ, ଶ୍ରୀ ଭାରତ ଭୂଷଣ ଦଣ୍ତସେନା ପ୍ରମୁଖ ମଞ୍ଚାସୀନ ରହିଥିଲେ। ବିଧାୟକ ବ୍ଳକ ପ୍ରତିନିଧି ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ ଓ ଶ୍ରୀ ସୁଦର୍ଶନ ନାଏକ ମଞ୍ଚ ପରିଚାଳନା କରିଥିଲେ। ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ଯୁବ ସଂଘର ସମସ୍ତ କର୍ମକର୍ତ୍ତା ଙ୍କ ସମେତ୍ ମନ୍ଦିର ପୂଜା କମିଟି ପରିଚାଳନା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ଯାତ୍ରାରେ ଜିଲ୍ଲା ଓ ଜିଲ୍ଲା ବାହାରରୁ ହଜାର ହଜାର ଭକ୍ତ ଓ ଶ୍ରଧାଳୁ ଙ୍କ ସମାଗମ ହୋଇଥିଲା। ଥୁଆମୂଳ ରାମପୁର ଥାନା ଅଧିକାରୀ ଶ୍ରୀ କୈବତ୍ତ ସେଠଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପୋଲିସ କର୍ମଚାରୀ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଏହି ଘୁମୁରା ପ୍ରତିଯୋଗିତାରେ ୯ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ତିନୋଟି ଦଳ ବିଜୟ ହାସଲ କରିଥିଲେ, ପ୍ରଥମ ସ୍ଥାନରେ ଅନ୍ତର୍ଲା ଘୁମୁରା ଦଳ, ଦ୍ଵିତୀୟ ସ୍ଥାନରେ ବାନେର ଘୁମୁରା ଦଳ, ସେହିପରି ତୃତୀୟ ସ୍ଥାନ ଅଧିକାର କରିଥିଲା କଦଳୀ ମୁଣ୍ତା ଘୁମୁରା ଦଳ ସେମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଯାତ୍ରା ଟି ଶାନ୍ତିଶୃଙ୍ଖଳା ଭାବରେ ଶେଷ ହୋଇଥିବା ଜଣାଯାଇଛି।