Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୩ ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ପକ୍ଷରୁ ଆଜି ବିର ସବରକର ଭବନ ଦାଦର ରେ ନୁଆଁଖାଇ ଭେଟଘାଟ

ଭବାନୀପାଟଣା, ୦୮/୧୦ (ଜଗନ୍ନାଥ ନାଏକ) : ୨୦୨୩ ପଶ୍ଚିମ ଓଡ଼ିଶା ପରିବାର ମୁମ୍ବାଇ ତରଫରୁ ଆଜି ବିର ସବରକର ଭବନ ଦାଦରରେ ନୂଆଖାଇ ଭେଟଘାଟ ଆୟୋଜିତ ହେଇଯାଇଛି। ଏହି ଉସ୍ତବ କୁ ରାଜଶ୍ରୀ ପ୍ରଡକ୍ସନ ର ସି ଇ ଓ ଶ୍ରୀଯୁକ୍ତ ଗୁପ୍ତା ଓ ଶ୍ରୀଯୁକ୍ତ ଦିଲୀପ ଧନବାଣୀ ଉଦଘାଟନ କରିଥିଲେ ଓ ବିଶିଷ୍ଟ ଅଭିନେତ୍ରୀ ରେଖା ଖାନ ପଠନ ଏବଂ ଅପର୍ଣ୍ଣା ଗିରି ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ଆଉ ଜୀବନ ଶୈଳୀ ର ପ୍ରତୀକ ହଉଛି ନୂଆଖଇ ଭେଟଘାଟ।ଏହି କାର୍ଯ୍ୟକ୍ରମ ରେ ବରଗଡ଼ ର କାଳଜୀବୀ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରାଯାଇଥିଲା,ଘୁମୁରା ର ଶବ୍ଦ ସବାରକର ଭବନ ପ୍ରକମ୍ପିତ ହେଇ ପଶିମ ଓଡ଼ିଶାର ଗାଥା କୁ ମୁମ୍ବାଇରେ ଅଲେକିତ କରିଥିଲା।ପ୍ରବାସି ଓଡ଼ିଆ ଙ୍କ ନିରନ୍ତର ପ୍ରଚେଷ୍ଟାରେ ଏହି ଭଳିଆ ଓଡ଼ିଆ ଗଣାପର୍ବ ଅତି ଧୁମଧାମ ରେ ପାଳନ ହେଇ ଆସୁଛି। ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଦୀପକ ପୂଜାରୀ ପୂଜା କବିତା ସାହାଣୀ ଶ୍ରୀଯୁକ୍ତ ଚମ୍ପକ ତ୍ରିପାଠୀ ଏବଂ ଶ୍ରୀଯୁକ୍ତ ପ୍ରଣବ ଭୋକ୍ତା ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories