ବ୍ଲକ ସଭାଗୃହ ଠାରେ ଗୋଲାମୁଣ୍ଡା ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭବାନୀପାଟଣା, ୦୮/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ. ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି. ସୂଚନା ଅନୁସାରେ ସେ ଗୋଲାମୁଣ୍ଡା ବିଡ଼ିଓ ଦାୟିତ୍ୱ ଦୀର୍ଘ 9 ମାସ ପର୍ଯ୍ୟନ୍ତ ଥିବା ବେଳେ ତାଙ୍କର ଭବାନୀପାଟଣା ବ୍ଲକ କାର୍ଯ୍ୟଲୟ କୁ ସ୍ଥାନାନ୍ତର ପରେ ଆଜି ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜଣାଇଛନ୍ତି. ବ୍ଲକ ଜୀବିକା ସଂଯୋଜକ ସୁଧାଂଶୁ ଶେଖର ବିଶ୍ୱାଳ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର, ସହ କାରୀ ଯନ୍ତ୍ରୀ ପରଶ୍ରୁ ରାମ ନାଏକ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ପ୍ରଦୀପ କୁମାର ମିଶ୍ର ସମେତ ବ୍ଲକ ର ସମସ୍ତ କର୍ମଚାରୀ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଜଣାଇଛନ୍ତି।