Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଁ ଜଗତ ଜନନୀ ଆଦି ଶକ୍ତି ଦୁର୍ଗା

ଭବାନୀପାଟଣା, ୦୮/୧୦ (ଜଗନ୍ନାଥ ନାଏକ) : ଶରତ ଋତୁର ଆଗମନରେ ପାର୍ବଣର ପୂର୍ବ ଭାସ ହୋଇଛି କାଶତଣ୍ଡୀ ଫୁଲ।ସୁନେଲି ପୋଷାକର ସକାଳ ସୂର୍ଯ୍ୟ କିରଣ ସହ ପବନର ହାଲୁକା ହାଲୁକା ଛୁଆଁରେ ହସୁଛି କାଶତଣ୍ଡି।ଖିଲି ଖିଲି ଧବଳ ପକ୍ଷେ ହସରେ ପାର୍ବଣର ଆଗମନ ଓ ମା ଦୁର୍ଗାଙ୍କ ଧାରା ବତରଣ ବାର୍ତ୍ତା ଦେଇଛି କାଶତଣ୍ଡି।ତାର ମହକ ସିନା ନାହିଁ,କିନ୍ତୁ ରୂପ ତାର ଭାରି ମନ ଲୋଭା ମା ଦୁର୍ଗାକୁ ସ୍ଵାଗତ କରିବା ପାଇଁ ପ୍ରକୃତି ରାଣୀ ଅବତରଣ କରିଛି ଧରା ପୃଷ୍ଠରେ କାଶତଣ୍ଡୀ ସତେ ଯେପରି କହୁଛି ମା ଜଗତ ଜନନୀ ମୁଁ ତୁମ କୁ ସ୍ଵାଗତ କରିବା ପାଇଁ ଧରା ପୃଷ୍ଠ କୁ ଆସିଛି।ମୋର ଧୋବ ଫର ଫର କାଳିଚା ବିଛାଇ ଚାହିଁ ରହିଛି। ମାଁ ତମର ଆସିବା ବାଟକୁ ଅପେକ୍ଷା କରି ଚାହିଁ ବସିଛି।ମା ଦୁର୍ଗାଙ୍କ ଆଗମନରେ ତାର ହସରେ ମାଁକୁ ଡାକୁଛି କାଶତଣ୍ଡି।ଶରତ ଋତୁ ର ଆଗମନରେ ଏହି ଫୁଲ ପ୍ରଚୁର ପରିମାଣରେ ଫୁଟିଥାଏ। ନଦୀ କୂଳରେ କାଶତଣ୍ଡି ପବନରେ ଦୋଳି ଖେଳି ରାସ୍ତାରେ ଯାଉଥିବା ପଥିକ ମାନଙ୍କୁ ସ୍ଵାଗତ କରୁଥାଏ।ଯେପରି ହସି ହସି ନଦୀ କୂଳ,ବିଲ ହୁଡା,ରାସ୍ତାରେ ଏହି ଫୁଲ ଫୁଟି ଥାଏ।ଯେ ପରି ମନେ ହୁଏ ପ୍ରକୃତି ରାଣୀ କାଶତଣ୍ଡି ଫୁଲ କାଲିଚା ବିଛାଇ ଅନେଇ ରହିଛି ଦେବା ଦେବୀଙ୍କୁ।କଥାରେ ଅଛି ସୁନ୍ଦର ତୃପ୍ତିର ବାଦନ ହେଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ।ସେହି ଭଳି କାଶତଣ୍ଡି ଫୁଲ ଆବାଲ ବୃଦ୍ଧା,ବନିତା ଠାରୁ କବିଙ୍କ ପର୍ଯ୍ୟନ୍ତ କରିଥାଏ ବିଭୋର।ବର୍ଷକୁ ଥରେ ଫୁଟୁ ଥିବା ଏହି ଫୁଲ ନଜର ପଡ଼ିଲେ ସତେ ଯେମିତି ମନ ଭିତରୁ ବାହାରି ଆସେ ଆ,,,କି ସୁନ୍ଦର ଯୁବପିଢିଙ୍କୁ ମଧ୍ୟ ପ୍ରଥମ ପସନ୍ଦ ହୋଇଥାଏ ଏହି କାଶତଣ୍ଡୀ ଫୁଲ,ବିଶେଷ କରି ଏହି ଫୁଲ ଗାଁର ସୋନ୍ଦର୍ଯ୍ୟ ବଡ଼ାଇ ଥାଏ।ଏହି ଫୁଲ ଫୁଟି ଧରିତ୍ରୀ ମାଁ ଙ୍କୁ ଧବଳ ମୁଖୀ କରିଥାଏ।ଏହା ମଧ୍ୟ ଭଗବାନଙ୍କ ନିଆରା ସୃଷ୍ଟି ବୋଲି କୁହାଯାଏ। ଜଗତ ଜନନୀ ମାଁ ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରି ରହିଛି କାଶତଣ୍ଡୀ ଫୁଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ