Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦୦ କୋଟି କ୍ଲବ୍‌ରେ ଏଣ୍ଟ୍ରି ମାରିଲା ରଣବୀରଙ୍କ ‘ତୁ ଝୁଟୀ ମେ ମକ୍କାର’

ନୂଆଦିଲ୍ଲୀ: ୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ରଣବୀରଙ୍କ ‘ତୁ ଝୁଟୀ ମେ ମକ୍କାର’। ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ତୁ ଝୁଟୀ ମେ ମକ୍କାର’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ରିଲିଜ ହେବାର ୧୧ ଦିନ ଭିତରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି ଫିଲ୍ମ।

‘ତୁ ଝୁଟୀ ମେ ମକ୍କାର’ ୧୧ ଦିନରେ ୧୦୦ କୋଟି କ୍ଲବରେ ପହଞ୍ଚିଥିବା ସୂଚନା ମିଳିଛି। ଏହି ଫିଲ୍ମ ରଣବୀରଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ରଣବୀରଙ୍କ ୧୬ ବର୍ଷ କ୍ୟାରିୟରେ ଏହା ତାଙ୍କର ତୃତୀୟ ସର୍ବୋଚ୍ଚ ଆୟକାରୀ ଫିଲ୍ମ ହୋଇପାରିଛି। ତାଙ୍କ ଅଭିନୀତ ଫିଲ୍ମ ‘ବର୍ଫି’ ତାଙ୍କ ଅଭିନୟ ଜୀବନର ଏକ ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହା ତାଙ୍କ ପ୍ରଥମ ଫିଲ୍ମ ଥିଲା ଯାହା ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଥିଲା। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ମୋଟ ୧୦୫.୫୭ କୋଟି ଟଙ୍କା ଆୟ କରିପାରିଥିଲା। ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ଛାପ ଛାଡି ରେକର୍ଡ ସୃଷ୍ଟି କରିଥିଲା।

ଏହା ପରେ ରଣବୀରଙ୍କ ଆଉ ଏକ ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍କିଲ’ ଯାହା ବକ୍ସ ଅଫିସରେ ଆଶା ମୁତାବକ ସଫଳତା ଲାଭ କରିଥିଲା। ରିପୋର୍ଟ ଅନୁଯାୟୀ ଫିଲ୍ମଟି ୧୭୭.୯୯ କୋଟି ଟଙ୍କା ଆୟ କରିଥିଲା। ରଣବୀରଙ୍କ କ୍ୟାରିୟରରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଉଛି ‘ସଞ୍ଜୁ’। ଯାହା ୩୩୪.୫୭ କୋଟି ଟଙ୍କା ଆୟ କରିଥିଲା।

ତେବେ ଫିଲ୍ମ ରିଲିଜ ହେବାର ୧୩ ଦିନ ପରେ ଏହାର ବକ୍ସ ଅଫିସ କଲେକ୍ସନ ୧୧୧.୫୪ କୋଟି ଟଙ୍କାରେ ପହଞ୍ଚିଛି।