Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସବୁଠୁ ମହଙ୍ଗା ପାଣି; ‌ଗୋଟେ ବୋତଲକୁ ୧.୧୫ ଲକ୍ଷ

ନୂଆଦିଲ୍ଲୀ: କୁହାଯାଏ ଜଳ ହିଁ ଜୀବନ। ତେବେ ଦୁନିଆରେ ଏତେ ମହଙ୍ଗା ଜଳ ରହିଛି ଯେ ଯାହାର ଦାମ୍‌ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟିଏ ବୋତଲର ଦାମ ଗୋଟେ ଆଇଫୋନ ସହ ସମାନ ବୋଲି କୁହାଯାଏ। ଆସନ୍ତୁ ଜାଣିବା ସେମିତି ପାଣି ସମ୍ବନ୍ଧରେ। ଯାହାକୁ ପିଇବା ତ ଦୂରର କଥା ତା ଦାମ୍‌ ଶୁଣିଲେ ଆପଣଙ୍କ ହୋସ ଉଡିଯିବ।

ବିଏଲ୍‌ଭିଡି: ଏହି ପାଣି ବୋତଲ ଅଷ୍ଟ୍ରେଲିଆର ତସମାନିଆରେ ମିଳିଥାଏ। ଏହାକୁ ଏକ ଖାସ୍‌ ଝରଣାରରୁ ପ୍ରସ୍ତୁତ କରାଯାଇଥାଏ। ଏହାକୁ ଜନ୍ ମୋନ୍‌ଶୀର ନାମକ ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହି ବୋତଲ ପାଣି କେବଳ ଧନୀ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ। ଏହା କେବଳ ଜଳ ନୁହେଁ ବରଂ ଏହାକୁ ସ୍ପାର୍କଲିଙ୍ଗ୍‌ ୱାଟର ବୋଲି କୁହାଯାଏ।

ବର୍ଗ: ଏହି ନିର୍ଦ୍ଦିଷ୍ଟ ଧରଣର ପାଣି ବୋତଲ କେବଳ କାନାଡାରେ ଉପଲବ୍ଧ। ଏହି ପାଣିକୁ ଗ୍ରୀନଲ୍ୟାଣ୍ଡର ଆଇସବର୍ଗ ବା ହିମଖଣ୍ଡରୁ ଅଣାଯାଇଥାଏ। ଏହା ଆଇସ୍‌ବର୍ଗରୁ ପ୍ରସ୍ତୁତ ହେଉଥିବାରୁ ଏହାର ନାଁ ବର୍ଗ ରଖାଯାଇଛି। ଏହି ପାଣି ବୋତଲ ଦାମ୍‌ ୩୮୦୩ ଟଙ୍କା ରଖାଯାଇଛି।

ମାଇନସ୍ ୧୮୧: ଉତ୍ତର ଜର୍ମାନୀର ୧୮୧ ମିଟର ଏକ ଗଭୀର କୂଅରୁ ଏହି ଜଳ ବାହାର କରାଯାଇଥାଏ। ଏହି ବୋତଲରେ କେବଳ ୬୮୧ ମିଲିଲିଟର ପାଣି ମହଜୁଦ୍‌ ରହିପାରିବ। ଏହା ରିଡେଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୁଏ। ଏହାର ଦାମ୍‌ ୪୧୩୪ ଟଙ୍କା ରଖାଯାଇଛି।

ରୋଇ: ଏହି ବୋତଲର ପ୍ୟାକିଂ ସ୍ଲୋଭେନିଆରେ ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ୍ ର ମାତ୍ରା ଅଧିକ ରହିଥାଏ। ଏହାର ପାଣି ଏକ ଖାସ୍‌ ଝରଣାରୁ ଅଣାଯାଇ ପ୍ରସ୍ତୁତ କରାଯାଇଥାଏ। ଏହାର ମୂଲ ୪ ହଜାର୮୭୮ ଟଙ୍କା ରହିଛି।

Uisage source: କାନାଡିୟ କମ୍ପାନୀ ଏହାକୁ ପ୍ରସ୍ତୁତ କରେ। ବାସ୍ତବରେ ଏହି ଜଳ ୱିସ୍କି ସହିତ ମିଶାଇ ପିଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଜଳ ଅନେକ ପ୍ରାକୃତିକ ଝରଣାରୁ ଜଳ ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଉଛି। ବଜାରରେ ‌କେବଳ ଏହାର ୧୦୦ ମିଲିମିଟର ବୋତଲ ହିଁ ଉପଲବ୍ଧ ହୋଇଥାଏ। ବଜାରରେ ଏହାର ମୂଲ୍ୟ ୭୭୭୨ ଟଙ୍କା ରଖାଯାଇଛି।

ନେଭାସ୍: ଏହି ପାଣି ବୋତଲ ଜର୍ମାନୀରେ ପ୍ରସ୍ତୁତ କରାଯାଉଛି। ଏହାର ଜଳ ପୁରୁଣା କୂଅରୁ ଅଣାଯାଇଥାଏ। ପ୍ରାରମ୍ଭରେ ଏହା କେବଳ ଜର୍ମାନୀରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା ସାରା ବିଶ୍ବରେ ବିକ୍ରି ହେଉଛି। ଏହା ଦେଖିବାକୁ ମଦ ବୋତଲ ସଦୃଶ ହୋଇଥାଏ। ଏହି ପାଣି ବୋତଲର ଦାମ୍‌ ୯୭,୫୬୫ ଟଙ୍କା ରଖାଯାଇଛି।

ଫିଲିକୋ ଜ୍ବେଲେରୀ ୱାଟର: ଦୁନିଆର ସବୁଠାରୁ ମହଙ୍ଗା ଜଳ ହେଉଛି ଫିଲିକୋ ଜ୍ବେଲେରୀ ୱାଟର। ଜାପାନରେ ଏହି ପାଣି ବୋତଲ ପ୍ରସ୍ତୁତ ହୋଇଥାଏ। ଏହାର ମୂଲ୍ୟ ୧.୧୫ ଲକ୍ଷ ଟଙ୍କା ରହିଛି। ଜାପାନରେ ଏହାକୁ ନୁନୋବିକି ୱାଟର କୁହାଯାଏ। ଏହାର ଜଳ ଜାପାନର କୋବେ ଅଞ୍ଚଳରେ ଥିବା ଝରଣାରୁ ଅଣାଯାଇଥାଏ। ଏହି ବୋତଲରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁରେ ସୁସଜ୍ଜିତ ହୋଇଛି।