Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

କଳାହାଣ୍ଡି, ୧୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦର ବାର୍ଷିକ ସାଧାରଣ ସଭା ପରିଷଦ ଭବାନୀପାଟଣା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ସଭାପତି ଉମେଶ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପରିଷଦର ପ୍ରତିଷ୍ଠାତା ତଥା ବିଶିଷ୍ଟ ସାହିତ୍ୟିକ ରାସବିହାରୀ ବେହେରା, ବରିଷ୍ଠ ଅଧିବକ୍ତା ଜଗନ୍ନାଥ ମୁଣ୍ଡ, ମାର୍ଗଦର୍ଶକ ସୁଧୀର ଚନ୍ଦ୍ର ପଣ୍ଡା ଓ କବି ସୋହନଲାଲ ଅଗ୍ରୱାଲ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |ସମ୍ପାଦକ ଭବନାଥ ରାୟଗୁରୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ପୂର୍ଵ ବର୍ଷର କାର୍ଯ୍ୟସୂଚୀକୁ ଉପସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ଉପସ୍ଥାପନା କରିଥିଲେ | କାର୍ଯ୍ୟକାରୀ ସଦସ୍ୟ ଗୋପାଳ ସାହୁ ବାର୍ଷିକ ଆୟବ୍ୟୟର ହିସାବ ଦେଇଥିଲେ | ସର୍ବସମ୍ମତି କ୍ରମେ ପୂର୍ଵ ସମିତିକୁ ପୁଣି ଦୁଇ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ଘୋଷଣା କରାଯାଇଥିଲା | କାର୍ଯ୍ୟକାରୀ ସଦସ୍ୟ ଶୁଭେନ୍ଦୁ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ରଥ,ଅର୍ଜୁନ ପଟ୍ଟନାୟକ ପ୍ରବୀର ମିଶ୍ର, ନମିତା ମିଶ୍ର ଓ ସସ୍ମିତା ମହାନ୍ତିଙ୍କୁ ତଥା ଉପଦେଷ୍ଟା ଭାବେ ଭାଗିରଥି ଭୋଇଙ୍କୁ ମନୋନୀତ କରାଯାଇଥିଲା | ଆଇନ ପରାମର୍ଶଦାତା ଦିଲୀପ କୁମାର ସା ସହଯୋଗ କରିଥିଲେ |ଏଥିରେ ବହୁ ସଭ୍ୟସଭ୍ୟା ଓ ସଂସ୍କୃତିପ୍ରେମୀ ଓ ପରିଷଦ ର ବହୁସଂଖ୍ୟକ ସଭ୍ଯ ସଭ୍ୟା ଉପସ୍ଥିତ ଥିଲେ |