Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ, କୋର୍ଟ ଯିବାକୁ ଚେତାବନୀ ଦେଲା ବିଜେପି

ଭୁବନେଶ୍ଵର: ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନ ସ୍ଥାନିତ ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧୀ ଦଳ ନିନ୍ଦା କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେପି ଏନେଇ କୋର୍ଟ ଯିବାକୁ ଚେତାବନୀ ଦେଇଛି। ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।

ମୋହନ ମାଝୀ କହିଛନ୍ତି, ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ରାଜ୍ୟ ସରକାର ଏମିତି ହୀନ କାମ କରୁଛି। ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ଶଙ୍ଖ ଦଳୀୟ ଚିହ୍ନ, ସରକାରୀ କାର୍ଯ୍ୟକ୍ରମରେ କିଭଳି ବ୍ୟବହାର ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଶାସକ ଦଳକୁ ହାରିବାର ଭୟ ରହିଛି। ତେଣୁ ଶଙ୍ଖ ଚିହ୍ନ ବ୍ୟବହାର କରାଯାଉଛି। ଏହାକୁ ବରଦାସ୍ତ କରାଯିବନି। ଏହି ଯୋଜନା ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରସ୍ତାବ ନିଆଯାଉନି ବୋଲି ମୋହନ ମାଝୀ

ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ଶଙ୍ଖ ପବିତ୍ରତାର ପ୍ରତୀକ। ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଧ୍ୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଲୋକଙ୍କ ପାଖରୁ ଅନୁରୋଧ ଆସିବା ପରେ ଆର୍ଥିକ ବ୍ୟବସ୍ଥା କରାଯାଉଛି। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାମ ସରିବ। ବିଜେପି ଆପତ୍ତି କରିବାରେ କିଛି ସମସ୍ୟା ନାହିଁ ବୋଲି ଅତନୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ