କଳାହାଣ୍ଡି, ୧୦/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ କ୍ଲଷ୍ଟର ଅନ୍ତର୍ଗତ ଚିଚର୍ଲା ସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି ଧିରେନ କୁମାର ପ୍ରଧାନ ଓ ଚିଚର୍ଲା ସ୍କୁଲର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବୋରିଆ କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ନାଚ ଗୀତ, ବକୃତା, ସାଧାରଣଜ୍ଞାନ ଓ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବୋରିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରୀମା ନାୟକ ସମ୍ମାନିତ ଅତିଥି ଭାବେ ରଶ୍ମୀତା ରଣା , ଯୁବ ସମାଜସେବୀ ଶ୍ରୀ ମହିପାଲ ପୋଡ଼ ଯୋଗଦାନ କରିଥିଲେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏଥିରେ ଅନିତା ସାହା ଗୀତାଜ୍ଞଲୀ ଦଳବେହେରା ନବନିତା ନାଏକ ବାର୍ଗଭି ପ୍ରଧାନ, ତପସ୍ୱିନୀ ସାହୁ, ଦୁଃଖୀମଣି ଦେଇ , ଗୌରଚନ୍ଦ୍ର ସୁନା ଅର୍ଣ୍ଣିମା ମଲ୍ଲିକ ହରେନ୍ଦ୍ର ଦାସ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ଓ ଯୋଗେଶ୍ୱର ବାଗ ମଞ୍ଚ ପରିଚାଳନା କରିଥିଲେ।
କ୍ଲଷ୍ଟର ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ
