Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୮ରେ

କଳାହାଣ୍ଡି, ୧୦/୧୦ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ସ୍ଥିତ ଡ଼ଙ୍ଗରଗଡ଼ ଠାରେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡ଼ଙ୍ଗରଗଡ଼ ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହେନ୍ଦ୍ର ବାଗ, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଶଶୀଦେବ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଜଗନ୍ନାଥ ଶବର, ମଳର ଶବର, ଯଦୁରାମ ମାଝୀ, ଜୟସେନ ସାହୁ, ହୃଦାପଟେଲ, ଟିକେ ଶବର, ତ୍ରିଲୋଚନ ମାଝୀ, ହରିଶଙ୍କର ମାଝୀ, ଭବାନୀ ବାଗ କ୍ଷୀର ମାଝୀ, ନୀଲେ ମାଝୀ,ମଞ୍ଜୁସୁତା ମାଝୀ, ଜନକ ମାଝୀ, ଦଳିନି ମାଝୀ , ସୁରଦେଇ ମାଝୀ, ପାର୍ବତୀ ମାଝୀ, ସଂକ୍ରି ମାଝୀ, ବନିତା ମାଝୀ, ସୁରୁଦେଇ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ସୂଚନା ଯୋଗ୍ୟ ଯେ, ଡ଼ଙ୍ଗରଗଡ଼ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ ଅଛନ୍ତି । କଳା,ସଂସ୍କୃତି ଓ ଡ଼ଙ୍ଗରଗଡ଼ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇକି ଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପାର୍ବତାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏଠି ୫ଟି ବଡ଼ ଜଳପ୍ରପାତ, ଟୁରିଷ୍ଟ ସ୍ପଟ ଏବଂ ପାଖାପାଖି ୨୦ ହଜାର ବର୍ଷର ପଥର ଗୁମ୍ଫା ଚିତ୍ର ରହିଛି । ଏଠାରେ ଓଡିଶାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ଛତିଶଗଡ ର ଲୋକେ ବର୍ଷତମାମ ଆସୁଥାନ୍ତି । ଏହାର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ହେବାପାଇଁ ଉକ୍ତ ବୈଠକରେ ସ୍ଥିର କରିବା ସହ ପ୍ରତ୍ୟେକ ବର୍ଷ ନଭେମ୍ବର ୨୮ରେ ଡ଼ଙ୍ଗରଗଡ଼ ମହୋତ୍ସବ ପାଳନକରିବାପାଇଁ ଧାର୍ଯ୍ୟ କରାଯାଇଛି ।