କଳାହାଣ୍ଡି, ୧୦/୧୦ (ଜଗନ୍ନାଥ ନାଏକ) : କଥାରେ ଅଛି ଭରସା ଓ ବିଶ୍ବାସ ରେ ଦୁନିଆଚାଲେ । ଯେତେ ବେଳେ ସେହି ଭରସା ଓ ବିଶ୍ବାସ ରେ ଦାଗଲାଗେ ମଣିଷ ଜୀବନ ରେ ଝଡ ଝଞ୍ଜା ସୃଷ୍ଟି ହୋଇଥାଏ । ଏପରି ଏକ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ନୁଆପଡା ରେ ରହୁଥିବା ପ୍ରମିଳା କୁମାରୀ ନାୟକ ଙ୍କ ପରିବାର ଉପରେ । ପ୍ରମିଳା କୁମାରୀ ନାୟକ ଓ ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କ ଓକିଲ ଙ୍କ କହିବା ଅନୁସାରେ 2012 ମସିହାରେ ବିନ୍ଦୁଲତା ଦାସ ଙ୍କ ଠାରୁ ପ୍ରମିଳା କୁମାରୀ ନାୟକ ତିନି ଡେସିମିଲ ଜାଗା କିଣିଥିଲେ । ପ୍ରମିଳା କୁମାରୀ ନାୟକ ଜାଗା କିଣିସାରିବା ପରେ ସେହି ଜାଗାରେ ଥିବା ଘରକୁ ବିନ୍ଦୁଲତା ଦାସ ଙ୍କ ପୁଅ ଶିବ ଦାସ ଓ ତାଙ୍କ ବହୁ ବିନିତା ସ୍ବାଇଁଙ୍କୁ ରେଣ୍ଟ ଆକାରରେ କୋର୍ଟ ରେ ଏଗ୍ରିମେଣ୍ଟ କରି ଘରେ ରହିବାକୁ ଦେଇଥିଲେ ବିନ୍ଦୁଲତା ଙ୍କ ପୁଅ ଓ ବହୁ ଭଡାରେ ରହୁଥିବା ଘରର ଭଡା ପଇସା ମଧ୍ଯ ଘର ଓନର କୁ ଦେଉ ଥିଲେ । କିଛିଦିନ ଭଡା ରହିବା ପରେ ଶିବ ଦାସ ଓ ବିନିତା ସ୍ବାଇଁ ଘରକୁ ନେଇ ଷଡ଼ଯନ୍ତ୍ର କରି ଘରକୁ ଜୋର ଜବରଦସ୍ତ କରି ନିଜ କବ୍ଜାକୁ ନେବାପାଇଁ ମାଡିବସିଥିଲେ । ପ୍ରମିଳା କୁମାରୀ ନାୟକ ଙ୍କ ପରିବାର ବର୍ଗ ଘର ଛାଡିବା ପାଇଁ ବହୁତ ଅନୁଧ୍ୟାନ କରିଥିଲେ କିନ୍ତୁ କିଛି ଲାଭ ମିଳିଲା ନାହିଁ ଶେଷରେ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ କଥାରେ ଅଛି ସତ୍ଯ ରହିଁ ସବୁବେଳେ ଜୟ ହୋଇଥାଏ । ଶେଷ ରେ ଦୀର୍ଘ ଏଗାର ବର୍ଷ 29-09-2023 ମସିହାରେ ମାନ୍ୟବର କୋର୍ଟ ପ୍ରମିଳା କୁମାରୀ ନାୟକ ଙ୍କ ସପକ୍ଷରେ ରାୟ ଦେବାସହ ଜାଗାକୁ ଖାଲି କରାଇଥିଲେ । ଶେଷ ରେ
ପ୍ରମିଳା କୁମାରୀ ନାୟକ ଙ୍କ ପରିବାର ବର୍ଗ ଜାଗାକୁ ନିଜ ଅକ୍ତିଆର କୁ ଜାଗା ଆଣିଥିଲେ ।
ବିଶ୍ବାସ ଘାତକ କରି ମୋ ଜାଗା ମାଡି ବସିଲେ
