Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂକୀର୍ତ୍ତନ କଳାକାର ସଂଘର ନୂଆଁଖାଇ ଭେଟଘାଟ୍

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : ମଙ୍ଗଳବାର କୋକସରା ବ୍ଲକ ସଦର ମହକୁମା ସ୍ଥିତ ଧାନମଣ୍ଡି ଠାରେ କୋକସରା ବ୍ଳକ ସ୍ତରୀୟ ସଂକୀର୍ତ୍ତନ କଳାକାର ସଂଘର ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଭେଟଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ଯୋଗଦେଇ କଳା ଓ କଳାକାର ମାନଙ୍କ ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ଅଛନ୍ତି ବୋଲି କହିବା ସହ କଳାକାର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଉପରେ ପୁଖାଃନୁପୁଖଃ ଭାବରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ସୁଧୀର ରଞ୍ଜନ ପଟ୍ଟଯୋଶୀ, ଅବସରପ୍ରାପ୍ତ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳକ ରଫି୍ୟୁଦିନ ଖାନ, ନୂଆପଡା ଜିଲ୍ଲା ସଂକୀର୍ତ୍ତନ ବିକାଶ ପରିଷଦ ସଭାପତି ଅଶୋକ କୁମାର ନାୟକ, କଳାହାଣ୍ଡି ଜିଲ୍ଲା ସଂକୀର୍ତ୍ତନ ସଂଗଠନ ସଭାପତି ଦୁଷ୍ମନ୍ତ କୁମାର ପୁରୋହିତ, ସଂସ୍କାର ଭାରତୀ ସଂଯୋଜକ ହରେକୃଷ୍ଣ ଭୋଇ, ପଶ୍ଚିମପ୍ରାନ୍ତ ସଂସ୍କାର ଭାରତୀ ସଭାପତି ଭବାନୀପାଟଣା ପ୍ରଭାସ ଚନ୍ଦ୍ର ମିଶ୍ର, କଳମପୁର ବ୍ଲକ ସଂସ୍କାର ଭାରତୀ ସଂଯୋଜକ ନାସିର ମହମ୍ମଦ, କଳମପୁର ବ୍ଲକ ସଂସ୍କାର ଭାରତୀ ସଭାପତି ସତ୍ୟନାରାୟଣ ରାଜପୁତ, ଉପସଭାପତି ଦୟାନିଧି ବାଣୁଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଅଧ୍ୟାପକ ଅଇରୀ ନାଶନ ଚିନ୍ଦା, ମହେଶ୍ୱର ସରାଫ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ସଂକୀର୍ତ୍ତନ କଳାକାର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ଓ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ଗୁରୁ ମାନେ ଯୋଗଦେଇଥିବା ବେଳେ କୋକସରା ବ୍ଲକର ୮୫ ଟି ସଂକୀର୍ତ୍ତନ ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ମଞ୍ଚକୁ ପଞ୍ଚକ ପୋଢ଼ ପରିଚାଳନା କରିଥିବାବେଳେ ବ୍ଲକ ସଂକୀର୍ତ୍ତନ କଳାକାର ସଂଘ ସଭାପତି ସୁଶୀଲ କୁମାର ପଣ୍ଡା, ଉପସଭାପତି ସୁନୀଲ କୁମାର ପୁରୋହିତ, ସମ୍ପାଦକ ବିଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଗଜିନ୍ଦ୍ର ନାଗ, ଉପଦେଷ୍ଟା ମଣ୍ଡଳୀ ସୁଦର୍ଶନ ବେହେରା, ହୃଦାନନ୍ଦ ବେମାଲ, ବେଣୁଧର କାଣ୍ଡ, ସୁରେଶ ଚନ୍ଦ୍ର ହଂସ, ଖିରୋଦ ବେହେରା, ସାଧୁ ବେମାଲ, ପୂର୍ଣ୍ଣଚନ୍ଦ୍ର ଦାସ, ବିପିନ୍ଦ୍ର ଶବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।