ମାନବ ସେବା ହିଁ ମାଧବ ସେବା ର ଉଦାହରଣ ଡ଼ା.ବୁଲୁ ନାହକ

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : ଯେଉଁ ଅବସ୍ଥାରେ ଥିଲେ ଥାଅ ପଛେ ସୁଯୋଗ ମିଳିଲେ ନ ଛାଡି ଲବେ। ସମାଜ ସେବାରେ ମନଦେଲେ ଥରେ ମାନବ ସମାଜ ଧନ୍ୟ କହିବେ । ଯିଏ ଯେଉଁ ଅବସ୍ଥାରେ ଥିଲେ ମଧ୍ୟ କେବେ ସୁଯୋଗ ମିଳିଲେ ମାନବ ସେବାକୁ ହାତଛଡା କରିବା ମୋଟେ ଠିକ୍ କଥା ନୁହେଁ । କାରଣ ମାନବ ସେବା ହିଁ ହେଉଛି ଈଶ୍ୱର ସେବା, ଯାହା କି ଏ ମଣିଷ ସମାଜର ପରମ କର୍ତ୍ତବ୍ୟ ଓ ଶ୍ରେଷ୍ଠ ଧର୍ମ ମଧ୍ୟ । ଏହି ସେବାଦ୍ୱାରା ଜଣେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଇଥାଏ ଠିକ ସେହି ଭଳି ଚିତ୍ର ଦେଖିବାକୁ ମିଳିଛି ଗୋଲାମୁଣ୍ଡା ବ୍ଲକ ରେ ସୁଦୂର ଭୁବନେଶ୍ୱର ରୁ ଆସି ମାଗଣା ଚିକିତ୍ସା ମାଧ୍ୟମରେ କର୍ଣ୍ଣ,ନାସା, ଗଳା ର ସମସ୍ୟାର ତୁରନ୍ତ ସମାଧାନ ଓ ଏଣ୍ଡୋସ୍କୋପି ଦ୍ଵାରା ଦୂରୀଭୂତ କରିଥିଲେ ଜଣେ ମହାନ୍ ଡାକ୍ତର କର୍ଣ୍ଣ, ନାସା, ଗଳା ରୋଗ ବିଶେଷଜ୍ଞ ଏଏମ୍ ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍, ଉସ୍ଥି ରିସର୍ଚ୍ଚ ସେଣ୍ଟର ଭୁବନେଶ୍ୱର ଡ଼ାକ୍ତର ବୁଲୁ ନାହକ।ସେ ସକାଳ ୧୦ ରୁ ସନ୍ଧ୍ୟା ୬ଟା ଯାଏଁ ଗୋଲାମୁଣ୍ଡା ରେ ମୋଟ ୧୩୮ଜଣ ରୋଗୀ ମାଗଣା ରେ ଚିକିତ୍ସା ଯୋଗାଇଥିଲେ । ତାଙ୍କୁ ସହଯୋଗ ଏ ଅଞ୍ଚଳ ର ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଫାର୍ମାସିଷ୍ଟ ବିଷ୍ଣୁ ଅଗ୍ରୱାଲ କରିଥିଲେ ଏହି ସମାଜ ସେବା ପାଇଁ ଅଞ୍ଚଳ ରେ ଡ଼ା.ବୁଲୁ ନାହକ ପ୍ରିୟର ପାତ୍ର ହୋଇଛନ୍ତି।