Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜୁ ଯୁବ ଜନତା ଦଳ କଳାହାଣ୍ଡି ତରଫରୁ ରାଜ୍ୟସାରା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : ସୁନାର ଓଡିଶା ଗଢି ତୋଳିବାର ସ୍ବପ୍ନ କୁ ସକାର କରିବାକୁ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ଏବଂ ଆହ୍ୱାନ କ୍ରମେ ପ୍ରତି ବର୍ଷ ଅକଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ ତରଫରୁ ରାଜ୍ୟସାରା ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି l ଏହି କ୍ରମରେ ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର କୁଲିଆମାଲ ଗ୍ରାମ ପଂଚାୟତ ର ରୋଜନାଗୁଡ଼ା ଗ୍ରାମ ଠାରେ ଜିଲ୍ଲା ଯୁବ ସଭାପତି ଶ୍ରୀଯୁକ୍ତ ଆଦିତ୍ୟ ନନ୍ଦ ଙ୍କ ସଭାପତିତ୍ୱ ରେ ଓ ଜିଲ୍ଲା ଯୁବ ସମ୍ପାଦକ ଶ୍ରୀଯୁକ୍ତ ସେନାପତି ନାଏକ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ, ମହିଳା କର୍ମୀ, ଯୁବଗୋଷ୍ଠୀ ଙ୍କୁ ନେଇ ଉକ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ଉକ୍ତ ଜନସମ୍ପର୍କ ପଦଯାତ୍ରା ରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅନାମ ନାଏକ, ଶ୍ରୀଯୁକ୍ତ ଗୋବର୍ଧନ ଦାଶ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ମଣ୍ଟୁ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ନାଏକ, ଜିଲ୍ଲା ଏସସି ସେଲ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ରାଜୀବ ଶତପଥୀ, ନଗର ସଭାପତି ଶ୍ରୀଯୁକ୍ତ ଧବଳେଶ୍ୱର ମହାପାତ୍ର, Legal Cell ମୁଖ୍ୟ ଶ୍ରୀଯୁକ୍ତ ହରଜିନ୍ଦର ସିଂ, ଭବାନୀପାଟଣା ମୁନିସିପାଲିଟି କାଉନସିଲ ସଦସ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ଠାକୁର, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଉଦୟନାଥ ସୁନାନୀ, ଶ୍ରୀଯୁକ୍ତ ମଧୁସୁଦନ ନାଗ, ନଗର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦିନେଶ ସାହୁ, ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ସାମନ୍ତ ଖମାରୀ,ପଂଚାୟତ ସଭାପତି ଶ୍ରୀ ସୁବାଷ ସାହୁ, ଯୁବ ପଂଚାୟତ ସଭାପତି ଶ୍ରୀ ଲମ୍ବୋଦର ସୁନାନୀ, ସମାଜସେବୀ ଉତ୍ତମ ସାହୁ, ଜିଲ୍ଲା ଆଇ.ଟି ସେଲ ମୁଖ୍ୟ ଶ୍ରୀଯୁକ୍ତ ସତ୍ୟବ୍ରତ ଦାଶ, ନଗର ଯୁବ ଉପସଭାନେତ୍ରୀ ଶ୍ରୀମତୀ ଶର୍ମିଷ୍ଠା ନାୟକ, ବିଭୀଷଣ ନାଗ ଯୋଗଦେଇ ସରକାର ଙ୍କ ସମସ୍ତ ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ l ପରିଶେଷରେ ଶ୍ରୀଯୁକ୍ତ ସେନାପତି ଓଡିଶା ରେ ଷଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କିଭଳି ଭାବେ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରାଯିବ ସେନେଇ ତାଙ୍କ ଅଭିଭାଷଣ ରଖିଥିଲେ l