ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ୧୬ଟି ଯାକ କ୍ଲଷ୍ଟରରେ ‘ସୁରଭି ‘ ଓ ଓଡ଼ିଶା ମିଲେଟସ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଜଟେସିଂହା କ୍ଳଷ୍ଟର ଡୁଙ୍ଗୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶିଲ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ୯ ଟି ସ୍କୁଲର ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ ଓ ବରିଷ୍ଠ ବର୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା , ତର୍କ, ଚିତ୍ରାଙ୍କନ , ସଙ୍ଗୀତ , ସୃଜନ ଲିଖନ , ସାଧାରଣ ଜ୍ଞାନ , ନୃତ୍ୟ , ସୁନ୍ଦର ହସ୍ତାକ୍ଷର ଆଦି ପ୍ରତିଯୋଗିତା କରାଯାଇଥିଲା । ୩୩ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ଅପରାହ୍ନରେ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜଟେସିଂହା ୫-ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ତ୍ରୀପୁରୀ ରଥ , ଜଟେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋପିନାଥ ଚାନ୍ଦ , ଶ୍ୟାମସୁନ୍ଦର ସଂସ୍କୃତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀତାରାମ ଗୁରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସି ଆର ସି ସି ଅନନ୍ତ ତାଣ୍ଡିଆ ସଭା ସଂଯୋଜନା କରିଥିବାବେଳେ ସୌମିତ୍ରି କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଓ ଦିଗାମ୍ବର ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଶୁଶିଲ କୁମାର ପୁରୋହିତ ,ଜୋତ୍ରିମୟୀ ଭୁଏ , ଲାଲେନ୍ଦ୍ର ତ୍ରିପାଠୀ , ଅନୁପ ସାହୁ , ରାସବିହାରୀ ମେହେର , ଗିତାଞ୍ଜଲୀ ଭୋଇ , ଜୋତ୍ରିମୟୀ ମହାପାତ୍ର , ବିଷ୍ଣୁପ୍ରସାଦ ମହାନନ୍ଦ , କେଶବ ସାହୁ , ଘନଶ୍ୟାମ ଦିପ , ବିନାୟକ ମିର୍ଦ୍ଧା , ଦେବଦତ୍ତ ନନ୍ଦ , ମନୋଜ ବାଦି ଓ ଗ୍ରାମର ଯୁବ ଗୋଷ୍ଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡୁଙ୍ଗୁରି ଉପ୍ରା ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
