Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ସେବାଶ୍ରମ ସ୍କୁଲରେ ଶିଶୁ ସୁରଭି ମହୋତ୍ସବ ଉଦଯାପିତ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସେବାଶ୍ରମ ସ୍କୁଲରେ ଶିଶୁ ସୁରଭି ମହୋତ୍ସବ ଉଦଯାପିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷକ ତିର୍ଥରାଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସଭାରେ ମୁଖ୍ୟଅତିଥି ଭାବେ ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇବିନା ସୁବିଧା ସୁଯୋଗରେ ଦକ୍ଷତା ବିକାଶର ମାନେ କିଛି ନାହିଁ। ସୁରଭି କାର୍ଯ୍ୟକ୍ରମ ଏକ ବ୍ୟକ୍ତିତ୍ଵ ବିକାଶ କରିବାର ମାଧ୍ୟମ। ତେଣୁ, ଶିଶୁ ମାନଙ୍କ ଭିତରେ ଥିବା ପ୍ରତିଭା ଓ ଅନ୍ତର୍ନିହିତ ଗୁଣାବଳି କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ଯୋଗ୍ୟତା କୁ ଅଭିନନ୍ଦନ ଜଣାଇବା ପାଇଁ ସୁରଭୀ ଏକ ଉତ୍ତମ ପ୍ଲାଟଫର୍ମ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶ ଯୋଗ ଦେଇ ସମସ୍ତ ଶିଶୁ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା ସମସ୍ତଙ୍କ ମଧ୍ୟରେ କିଛି ନା କିଛି ରହିଥିବା ବେଳେ ତାଙ୍କ ପ୍ରତିଭା କୁ ବିକାଶ ଦିଗରେ ଆଗେଇ ନେବାରେ ଶିକ୍ଷାଦାତାଙ୍କ ଭୂମିକା ଅତିବ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ର ଆବଶ୍ୟକତା ରହିଛି। ମାନସିକ, ବୌଦ୍ଧିକ ଏବଂ ଶାରିରୀକ ବିକାଶ ହେଲେ ହିଁ ଶିଶୁ ପୂର୍ଣ୍ଣାଙ୍ଗ ହୋଇ ପାରିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ହେମକନ୍ତି ଗଡତିଆ, ତପସ୍ଵିନୀ ପଟେଲ, ବିଦ୍ୟାଧର ନାଏକ, ସିଆରସିସି ସଦାଶିବ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି ଉଦଯାପନୀ ଉସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଦେବକୀ ନାଏକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରୀ ଜଗତ ଏବଂ ଶ୍ରୀମତୀ ଦାଶ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିଗଣ ମଞ୍ଚାଷୀନ ଥିଲେ। ପରେ ଛାତ୍ରୀ ଛାତ୍ରଙ୍କ ଦ୍ଵାରା ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ କାହୁଁ ଚରଣ ଦାଶ, ଶ୍ୟାମସୁନ୍ଦର ଭୋଇ, ଉର୍ମିଳା ସିଂ ମହାପାତ୍ର ଏବଂ ଜ୍ୟୋତି କିସାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।